Latest Odisha News

BREAKING NEWS

ଏବର୍ଷ ବି ମିଳିବନି ପ୍ରଭୁ ଅଲାରନାଥଙ୍କ ଅନବସର ଦର୍ଶନ

ପୁରୀ: କରୋନା ଭକ୍ତ ଓ ଭଗବାନଙ୍କ ଭିତରେ ପାଚେରୀ ହୋଇଛି । ଏବର୍ଷ ବ୍ରହ୍ମପୁରର ଅଲାରନାଥ ପୀଠରେ ମହାପ୍ରଭୁଙ୍କ ଅନବସର ଦର୍ଶନ ମିଳିବ ନାହିଁ । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଶ୍ରୀଜିଉଙ୍କ ଅଣସର ବେଳେ ଅଲାରନାଥ ପୀଠରେ ବନ୍ଦ ରହିବ ସର୍ବସାଧାରଣ ଦର୍ଶନ । ଭକ୍ତଙ୍କ ସମ୍ଭାବ୍ୟ ଗହଳିକୁ ଦୃଷ୍ଟିରେ ରଖି ଅଲାରନାଥ ପୀଠରେ ଜାରି ହେବ ୧୪୪ ଧାରା । ରଥଯାତ୍ରା ଯାଏ ଏହି କଟକଣା ବଳବତ୍ତର ରହିବ ବୋଲି ଉପଜିଲ୍ଲାପାଳ ଭବତାରଣ ସାହୁ ସୂଚନା ଦେଇଛନ୍ତି । ଗତବର୍ଷ ବି ବନ୍ଦ ରହିଥିଲା ।

ମନ୍ଦିର ଚାରିପଟେ ବ୍ୟାରିକେଡ୍ କରାଯିବ । ମୁତୟନ ରହିବେ ପୋଲିସ ଫୋର୍ସ । କାହାରିକୁ ମନ୍ଦିର ଭିତରକୁ ପ୍ରବେଶ ଅନୁମତି ମିଳିବ ନାହିଁ । କେବଳ ସେବାୟତ ଦୈନନ୍ଦିନ ନୀତିକାନ୍ତି କରିବେ । ସହଯୋଗ ପାଇଁ ଲୋକଙ୍କୁ ଅପିଲ କରିଛି ପୁରୀ ଜିଲ୍ଲା ପ୍ରଶାସନ ।

ଆସନ୍ତାକାଲି ଶ୍ରୀକ୍ଷେତ୍ରରେ ଅନୁଷ୍ଠିତ ହେବ ମହାପ୍ରଭୁଙ୍କ ସ୍ନାନଯାତ୍ରା । ସୁବର୍ଣ୍ଣ କୂଳର ୧୦୮ ଗରା ସୁବାସିତ ଜଳରେ ସ୍ନାନ କରିବା ପରେ ଜ୍ୱରରେ ପୀଡ଼ିତ ଶ୍ରୀଜିଉ ଅଣସର ବିଜେ କରିବେ । ସେଠାରେ ଦଇତା ସେବାୟତମାନେ ମହାପ୍ରଭୁଙ୍କ ଗୁପ୍ତ ସେବା କରିବେ । ଏତିକିବେଳେ ଶ୍ରୀମନ୍ଦିରରେ ପୂଜା ପାଇବେ ପଟି ଦିଅଁ । ବିଶ୍ୱାସ ରହିଛି, ମହାପ୍ରଭୁ ଅଣସରରେ ଥିବା ବେଳେ ବ୍ରହ୍ମଗିରିର ଅଲାରନାଥ ପୀଠରେ ଦର୍ଶନ କଲେ କୋଟି ଜନ୍ମର ପୂଣ୍ୟ ମିଳେ ।

Leave A Reply

Your email address will not be published.