Latest Odisha News

BREAKING NEWS

ଭ୍ୟାନରୁ ୧କ୍ୱିଣ୍ଟାଲ ୮୦କେଜି ଗଞ୍ଜେଇ ଜବତ

ତରଭା : ପୁଣି ଗଞ୍ଜେଇ ଜବତ । ପିକ୍ ଅପ ଭ୍ୟାନରୁ ଜବତ ହୋଇଛି ଗଞ୍ଜେଇ । ଚଢା ସମୟରେ ୧କ୍ୱିଣ୍ଟାଲ ୮୦କେଜି ଗଞ୍ଜେଇ ଜବତ କରାଯାଇଛି । ସୁବର୍ଣ୍ଣପୁର ତରଭାରେ ଏହି ଗଞ୍ଜେଇ ସବୁ ଚାଲାଣ ହେଉଥିବା ଖବର ପାଇଥିଲା ପୁଲିସ । ଆଉ ଖବର ମିଳିବା ପରେ ଅତର୍କିତ ଚଢାଉ କରି ଏହି ବିପୁଳ ପରିମାଣର ରଗଞ୍ଜେଇ ଜବତ କରିଛି । ।

ଘଟଣାସ୍ଥଳରୁ ୨ଜଣ ଫେରାର ହୋଇଯାଇଥିବା ବେଳେ ଡ୍ରାଇଭରକୁ ଧରିଛି ପୁଲିସ୍ । ଧରାପଡିଥିବା ବ୍ୟକ୍ତି ଜଣକ ହେଉଛନ୍ତୀ ପଂଜାବର । କିଛି ଦିନ ଏହି ଅଞ୍ଚଳରୁ ବାହରକୁ ଗଞ୍ଜେଇ ଚାଲାଣ ହେଉଥିବା ପୁଲିସ ଜାଣିବାକୁ ପାଇଥିଲା । ତେବେ ଏଥିରେ ଆଉ କେଉଁମାନଙ୍କର ସମ୍ପୃକ୍ତି ରହିଛି ସେ ନେଇ ଅଧିକ ଖୋଳତାଡ କରୁଛି ପୁଲିସ୍ ।

Leave A Reply

Your email address will not be published.