ଗଂଜାମ: ପିଲାଙ୍କୁ ଚାପମୁକ୍ତ କରିବା ପାଇଁ ଗଂଜାମ ଜିଲ୍ଲାରେ ଆରମ୍ଭ ହୋଇଛି ନୂଆ ବ୍ୟବସ୍ଥା । ସପ୍ତାହର ଗୋଟିଏ ଦିନ ବିନା ବ୍ୟାଗ୍ରେ ସ୍କୁଲ ଆସିବେ ପିଲା । ଏଥିପାଇଁ ଗଂଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ‘ନୋ ବ୍ୟାଗ୍ ଡେ’ କାର୍ଯ୍ୟକ୍ରମ ଶୁଭାରମ୍ଭ କରାଯାଇଛି । ଆଜିଠାରୁ ଏହା କାର୍ଯ୍ୟକାରୀ ହୋଇଛି ।
ଗଂଜାମ ଜିଲ୍ଲା ଛତ୍ରପୁରରେ ଥିବା ପୁତିଗୋପାଳପୁର ପ୍ରାଥମିକ ବିଦ୍ୟାଳୟରେ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଯୋଗ ଦେଇ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି । ଏଣିକି ପିଲାମାନେ ଶନିବାର ଦିନ ବ୍ୟାଗ୍ ନଆଣି ଖାଲି ହାତରେ ସ୍କୁଲକୁ ଆସିବେ । ଏହି ଦିନ ପିଲାମାନେ କେବଳ ଯୋଗ, ଚିତ୍ରାଙ୍କନ, ଗପ ବହି ପଢ଼ିବା, ଗଳ୍ପ ଶୁଣିବା ଓ କହିବା ଶିଖିବେ । ସେହିପରି ବ୍ରହ୍ମପୁର ହିଲପାଟନା ସ୍କୁଲରେ ମଧ୍ୟ ଆଜି ପିଲାଙ୍କୁ ବିନା ବ୍ୟାଗ୍ରେ ସ୍କୁଲ ଯାଇଥିବା ଦେଖିବାକୁ ମିଳିଛି ।
BREAKING NEWS
- ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗରେ ଶିକ୍ଷକ ଗିରଫ
- ମିଶନ ଶକ୍ତି ଏବଂ ପର୍ଯ୍ୟଟନ ଓ ଆତିଥେୟତା ଦକ୍ଷତା ପରିଷଦ ମଧ୍ୟରେ ବୁଝାମଣା, ୪୦୦୦ ମହିଳାଙ୍କୁ ମିଳିବ…
- ପାଲକ ପନିରକୁ ନେଇ ବିବାଦ, ଭାରତୀୟ ଛାତ୍ରଙ୍କୁ ମିଳିଲା ୧.୮ କୋଟି…
- Indian coast guard: ଭାରତୀୟ ଜଳସୀମାରେ ଅନୁପ୍ରବେଶ କରୁଥିବା ପାକିସ୍ତାନୀ ଡଙ୍ଗା ଜବତ, ୯ ଗିରଫ
- ଇରାନରେ ବଢୁଛି ହିଂସା; କାଲିଠୁ ଉଦ୍ଧାର ହେବେ ଭାରତୀୟ..
- group clash: ଗୋଷ୍ଠୀ ସଂଘର୍ଷ ପରେ ଆସନ୍ତାକାଲି ସୁନ୍ଦରଗଡ଼ ସହରରେ ସବୁ ସ୍କୁଲ,କଲେଜ ବନ୍ଦ
- ଆଉ ଜଣେ ଠକ ଡାକ୍ତର ଗିରଫ; ମିଥ୍ୟା ବିବାହ ପ୍ରତିଶ୍ରୁତି ଦେଇ ମହିଳାଙ୍କ ପରିବାରଠୁ ୨୨ ଲକ୍ଷ ଠକେଇ
- ଘରେ ଅଗ୍ନିକାଣ୍ଡ ଘଟି ତିନି ଜଣ ଶିଶୁଙ୍କ ସମେତ ୬ଜଣ ଜୀବନ୍ତ ଦଗ୍ଧ
- ୧୯ ବର୍ଷରୁ କମ ବିଶ୍ୱକପ କ୍ରିକେଟ: ଆମେରିକାକୁ ହରାଇ ବିଜୟ ଅଭିଯାନ ଆରମ୍ଭ କଲା ଭାରତ
- ସାଉଦି ଆରବର ବୟୋଜ୍ୟେଷ୍ଠ ବ୍ୟକ୍ତିଙ୍କ ପରଲୋକ, ୧୧୦ ବର୍ଷରେ ହୋଇଥିଲେ ବାପା
Comments are closed.