Latest Odisha News

BREAKING NEWS

ଟ୍ରାଫିକ ଚେକିଂ: ବସ୍‌କୁ ୧୩ ଲକ୍ଷ ୫୦ ହଜାର ଟଙ୍କାର ଫାଇନ

ବାଲେଶ୍ୱର: ବାଲେଶ୍ୱରରେ ସବୁଠୁ ବଡ ଫାଇନ୍ ଆଦାୟ । ଟ୍ରାଫିକ ନିୟମ ଉଲ୍ଲଂଘନ ଅଭିଯୋଗରେ ବାଲେଶ୍ୱରର ଏକ ଘରୋଇ ବସ୍‌କୁ ୧୩ ଲକ୍ଷ ୫୦ ହଜାର ଟଙ୍କାର ଫାଇନ୍ ହୋଇଛି । ଘରୋଇ ବସ୍ ଲୋକନାଥ ନାଁରେ ପରିବହନ ବିଭିଗା ଏହି ଚାଲାଣ କାଟିଛି । ୧୩ ଲକ୍ଷ ୫୦ ହଜାର ଟଙ୍କାର ଟ୍ୟାକ୍ସ ଭରି ନଥିଲେ ବସ୍ ମାଲିକ । ଏଥିପାଇଁ ପାଇଁ ବସ୍‌କୁ ମୋଟା ଅଙ୍କର ଫାଇନ୍ ହୋଇଛି ।
ପୂର୍ବରୁ ଏହି ବସ୍ ନାଁରେ ୨ଥର ଚାଲାଣ କଟାଯାଇଥିଲା । କଟକରୁ ୱାରେଂଟ ଜାରି ହେବା ପରେ ଏହି ବାଲେଶ୍ୱରରୁ ଏହି ବସକୁ ସିଜ କରିଛି ପରିବହନ ବିଭାଗ । ରାଜ୍ୟରେ ମାର୍ଚ୍ଚ ପହିଲାରୁ ଟ୍ରାଫିକ୍ ନିୟମ କଡାକଡି ହୋଇଛି । ଏହି ପରିପ୍ରେକ୍ଷୀରେ ସାରା ରାଜ୍ୟରେ ଟ୍ରାଫିକ ଚେକିଂ ମଧ୍ୟ ଜୋରଦାର ହୋଇଛି ।

Leave A Reply

Your email address will not be published.