Latest Odisha News

BREAKING NEWS

ଫେବୃଆରୀ ଯାଏଁ ହେବନି ସିବିଏସଇ ଦଶମ ଓ ଦ୍ୱାଦଶ ବ‌ୋର୍ଡ ପରୀକ୍ଷା

ନୂଆଦିଲ୍ଲୀ: ଆସନ୍ତା ଫେବୃଆରୀ ମଧ୍ୟର‌େ ସିବିଏସଇ ଦଶମ ଏବଂ ଦ୍ୱାଦଶ ବୋର୍ଡ ପରୀକ୍ଷା ହେବନି ବ‌ୋଲି କହିଛନ୍ତି ଶିକ୍ଷା ମନ୍ତ୍ରୀ ରମେଶ ପୋଖରିଆଲ ନିଶଙ୍କ।

ଆଜି ସାରା ଦେଶରେ ଶିକ୍ଷକ ଏବଂ ଛାତ୍ରଛାତ୍ରୀ ମାନଙ୍କ ସହ ସ‌େ ସିଧାସଳଖ ଆଲ‌ୋଚନା କରିଛନ୍ତି। ଏହି ସମୟରେ ଶିକ୍ଷା ମନ୍ତ୍ରୀ କହିଛନ୍ତି ଯେ ଫେବୃଆରୀରେ ବୋର୍ଡ ପରୀକ୍ଷା କରାଯିବ ନାହିଁ।

ସେ ଆହୁରି ମଧ୍ୟ କହିଛନ୍ତି ଯେ ବର୍ତ୍ତମାନର ପରିସ୍ଥିତିକୁ ଦୃଷ୍ଟିର‌େ ରଖି ଜାନୁଆରୀ ଓ ଫେବୃଆରୀରେ ପରୀକ୍ଷା କରିବା ସମ୍ଭବ ନୁହେଁ। ହେଲ‌େ ପରୀକ୍ଷା କେବେ ହେବ, ସେନେଇ ଫେବୃଆରୀ ପର‌େ ବିଚାର କରାଯିବ।

କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ତଥା ସିବିଏସ୍ଇ ବୋର୍ଡ ପରୀକ୍ଷା ଅନଲାଇନର‌େ ହେବ ନାହିଁ। ୨୦୨୧ରେ ଅନୁଷ୍ଠିତ ହେବାକୁ ଥିବା ଏହି ପରୀକ୍ଷା କାଗଜ-କଲମର‌େ ଛାତ୍ରଛାତ୍ରୀଙ୍କୁ ଦେବାକୁ ପଡିବ। ଅନଲାଇନର‌େ ବୋର୍ଡ ପରୀକ୍ଷା ପାଇବା ପାଇଁ କୗ‌େଣସି ପ୍ରସ୍ତାବ ନାହିଁ ବୋଲି ସିବିଏସ୍ଇ ଅଧିକାରୀ ସ୍ପଷ୍ଟ କରିଛନ୍ତି।

Comments are closed.