Latest Odisha News

BREAKING NEWS

ଇନକମ ଟ୍ୟାକ୍ସ ସ୍ଲାବରେ କୌଣସି ପରିବର୍ତ୍ତନ ହେବ ନାହିଁ କହିଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ

ନୂଆଦିଲ୍ଲୀ: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସୋମବାର ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ଅନ୍ତରୀଣ ବଜେଟ୍ ଉପସ୍ଥାପନ କରିଛନ୍ତି। ଯେଉଁଥିରେ ସେ ବ୍ୟକ୍ତି ବିଶେଷ ଏବଂ କର୍ପୋରେଟ୍ ମାନଙ୍କ ପାଇଁ ପ୍ରଚଳିତ ଟିକସ ହାର ଏବଂ ସ୍ଲାବରେ କୌଣସି ପରିବର୍ତ୍ତନ ହେବ ନାହିଁ ବୋଲି କହିଛନ୍ତି।

ମନ୍ତ୍ରୀ କହିଛନ୍ତି ଯେ କୋଭିଡ୍-୧୯ ମହାମାରୀର ପ୍ରଭାବ ଏବଂ ପୂର୍ବ ବଜେଟରେ ନିଆଯାଇଥିବା ସଂସ୍କାରରୁ ଅର୍ଥନୀତି ପୁନରୁଦ୍ଧାର କରୁଥିବାରୁ ସରକାର ଟିକସ ଉପରେ ସ୍ଥିତାବସ୍ଥା ବଜାୟ ରଖିବାକୁ ନିଷ୍ପତ୍ତି ନେଇଛନ୍ତି।

କ’ଣ ରହିଛି ସ୍ଲାବ?

ପ୍ରଥମ ସ୍ଲାବ୍ ହେଉଛି ୨.୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଦରମା, ଯାହା ଉପରେ ପ୍ରତ୍ୟେକ ଟିକସଦାତାଙ୍କୁ ଟିକସ ଛାଡ଼ ମିଳିଥାଏ। ଅର୍ଥାତ୍ ଯଦି ଆପଣଙ୍କ ମୋଟ ଆୟ ୨.୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରହିଛି ତେବେ ଆପଣଙ୍କୁ ଗୋଟିଏ ଟଙ୍କା ବି ଟିକସ ଦେବାକୁ ପଡିବ ନାହିଁ । ଏପରିକି ଆପଣଙ୍କୁ ଆଇଟିଆର ଫାଇଲ କରିବାକୁ ମଧ୍ୟ ପଡିବ ନାହିଁ।

ଏହା ଅଧୀନରେ ବରିଷ୍ଠ ନାଗରିକ (୬୦ ବର୍ଷରୁ ଅଧିକ) ଏବଂ ୮୦ ବର୍ଷରୁ ଅଧିକ ନାଗରିକଙ୍କ ପାଇଁ ୫୦ ହଜାର ଟଙ୍କାର ସ୍ୱତନ୍ତ୍ର ରିହାତି ଉପଲବ୍ଧ ହେଉଛି । ୨.୫ରୁ ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଟିକସଯୋଗ୍ୟ ଆୟ ଉପରେ ମଧ୍ୟ ସେମାନଙ୍କୁ ଟିକସ ଦେବାକୁ ପଡ଼ିବ ନାହିଁ। ଅର୍ଥାତ୍ ସେମାନଙ୍କୁ ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଦରମା ଉପରେ ଟିକସ ରିହାତି ମିଳେ।

ଯଦି ଆପଣଙ୍କର ଟିକସଯୋଗ୍ୟ ଆୟ ୨.୫ ଲକ୍ଷ ରୁ ୫ ଲକ୍ଷ ଟଙ୍କା ମଧ୍ୟରେ ଅଛି ତେବେ ଆପଣଙ୍କୁ ସେହି ଆୟ ଉପରେ ୫ ପ୍ରତିଶତ ହାରରେ ଟିକସ ଦେବାକୁ ପଡିବ । ଯଦି ଆପଣଙ୍କର ମୋଟ ଟିକସଯୋଗ୍ୟ ଆୟ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରହେ ତେବେ ଆୟକର ଆଇନର ଧାରା ୮୭ଏ ଅନୁଯାୟୀ ଆପଣଙ୍କୁ ୧୨,୫୦୦ ଟଙ୍କା ପର୍ଯ୍ୟନ୍ତ ରିହାତି ମିଳିବ । ଏହାଦ୍ୱାରା ଆପଣଙ୍କ ଉପରେ ପ୍ରଭାବୀ ଟିକସ ଶୂନ ହେବ। ତେବେ ଆଇଟିଆର ଫାଇଲ କରିବା ପରେ ହିଁ ଆପଣଙ୍କୁ ଏହି ସୁବିଧା ମିଳିବ ।

ଯଦି ଆପଣଙ୍କର ଟିକସଯୋଗ୍ୟ ଆୟ ୫-୧୦ ଲକ୍ଷ ଟଙ୍କା ମଧ୍ୟରେ ରହିଛି ତେବେ ଆପଣଙ୍କୁ ସିଧାସଳଖ ୨୦ ପ୍ରତିଶତ ଟିକସ ଦେବାକୁ ପଡିବ। ତେବେ ଏଚଆରଏ, ୮୦ସି ସଞ୍ଚୟ, ପିଲାଙ୍କ ପାଠପଢ଼ା ଖର୍ଚ୍ଚ ସମେତ ଖର୍ଚ୍ଚ ଓ ନିବେଶ ଜରିଆରେ ଆପଣ ଅନେକ ଟିକସ ସଞ୍ଚୟ କରିପାରିବେ।

ଧରନ୍ତୁ ଆପଣଙ୍କ ଦରମା ୧୦ ଲକ୍ଷ ଏବଂ ଆପଣ ନିବେଶ ଏବଂ ଖର୍ଚ୍ଚ ଦେଖାଇ ୫ ଲକ୍ଷ ଟଙ୍କା ସଞ୍ଚୟ କରନ୍ତି, ତେବେ ଆପଣଙ୍କର ଟିକସ ଦାୟିତ୍ୱ ଶୂନ ହେବ, କାରଣ ଆପଣଙ୍କ ଟିକସଯୋଗ୍ୟ ଆୟ ୫ ଲକ୍ଷ ଟଙ୍କା ହେବ। ଆପଣ ମାତ୍ର ୩ ଲକ୍ଷ ଟଙ୍କା ରିହାତି ନେଇପାରିବେ ତେବେ ଆପଣଙ୍କ ଟିକସଯୋଗ୍ୟ ଆୟ ୭ ଲକ୍ଷ ଟଙ୍କା ହେବା ଆବଶ୍ୟକ। ଏହାଦ୍ୱାରା ଆପଣଙ୍କୁ ୨.୫ ଲକ୍ଷରୁ ୫ ଲକ୍ଷ ଟଙ୍କା ଉପରେ ୫ ପ୍ରତିଶତ ଏବଂ ପରେ ୫-୭ ଲକ୍ଷ ଟଙ୍କା ଉପରେ ୨୦ ପ୍ରତିଶତ ହାରରେ ଟିକସ ଦେବାକୁ ପଡିବ ।

ଯଦି ଆପଣଙ୍କର ଟିକସଯୋଗ୍ୟ ଆୟ ୧୦ ଲକ୍ଷ ଟଙ୍କାରୁ ଅଧିକ ତେବେ ଆପଣଙ୍କୁ ୩୦ ପ୍ରତିଶତ ଟିକସ ଦେବାକୁ ପଡିବ । ମନେ ରଖନ୍ତୁ ଯେ ଏଠାରେ ଟିକସଯୋଗ୍ୟ ଆୟ ଅର୍ଥ ହେଉଛି ସମସ୍ତ ପ୍ରକାର ଛାଡ଼ ଏବଂ ରିହାତି ପାଇବା ପରେ ବଳକା ଆୟ । ସମାନ ଟିକସ ଆଦାୟ କରାଯାଏ ।

ନୂଆ ଟିକସ ବ୍ୟବସ୍ଥାରେ କର୍ପୋରେଟ ଏନପିଏସରେ ଜମା ହୋଇଥିବା ଟଙ୍କା ଉପରେ ୫୦,୦୦୦ ଟଙ୍କାର ଷ୍ଟାଣ୍ଡାର୍ଡ ଡିଡକ୍ସନ ଏବଂ ଟିକସ ରିହାତି ମିଳିବ । ଏହା ବ୍ୟତୀତ ଆପଣଙ୍କୁ କୌଣସି ରିହାତି ମଧ୍ୟ ମିଳୁନାହିଁ ।

  • ନୂଆ ଟିକସ ବ୍ୟବସ୍ଥାରେ ଆପଣଙ୍କୁ ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ କୌଣସି ଟିକସ ଦେବାକୁ ପଡିବ ନାହିଁ ।
  • ୩ରୁ ୬ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଦରମା ଉପରେ ୫ ପ୍ରତିଶତ ଟିକସ ଆଦାୟ କରାଯାଏ, କିନ୍ତୁ ମୋଟ ଟିକସଯୋଗ୍ୟ ଆୟ ୭ ଲକ୍ଷ
  • ଟଙ୍କାରୁ କମ୍ ହେଲେ ଆପଣଙ୍କୁ ୮୭ଏ ରୁ କମ୍ ରିହାତି ମିଳିବ ।
  • ୬-୯ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଦରମା ଉପରେ ୧୦ ପ୍ରତିଶତ ଟିକସ ଲାଗିବ କିନ୍ତୁ ଟିକସଯୋଗ୍ୟ ଆୟ ୭ ଲକ୍ଷରୁ କମ୍ ହେଲେ ଆପଣ ଲାଭରେ ରହିବେ।
  • ୯ରୁ ୧୨ ଲକ୍ଷ ଟଙ୍କା ଉପରେ ୧୫ ପ୍ରତିଶତ ଟିକସ ଆଦାୟ କରାଯାଉଛି।
  • ୧୨-୧୫ ଲକ୍ଷ ଟଙ୍କା ଦରମା ଉପରେ ୨୦ ପ୍ରତିଶତ ଟିକସ ଦେବାକୁ ପଡିବ ।
  • ସେହିପରି ୧୫ ଲକ୍ଷ ଟଙ୍କାରୁ ଅଧିକ ଦରମା ଉପରେ ୩୦ ପ୍ରତିଶତ ଟିକସ ଦେବାକୁ ପଡିବ ।
Leave A Reply

Your email address will not be published.