Latest Odisha News

ରାମମନ୍ଦିର ପ୍ରତିଷ୍ଠା ଉତ୍ସବରେ ଯୋଗ ଦେବେନି କୌଣସି ମୁଖ୍ୟମନ୍ତ୍ରୀ, ରାଜ୍ୟପାଳ

ବାରାଣସୀ: ଆସନ୍ତା ୨୨ ତାରିଖରେ ପ୍ରତିଷ୍ଠା ହେବ ଅଯୋଧ୍ୟାରେ ନିର୍ମାଣାଧୀନ ରାମମନ୍ଦିର । ଏହାର ପ୍ରତିଷ୍ଠା ଉତ୍ସବକୁ ନେଇ ପ୍ରସ୍ତୁତି ଜୋରସୋରରେ ଚାଲିଛି । ଏହି କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ନିମନ୍ତ୍ରଣପତ୍ର ପଠାଇବା କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି । ହେଲେ ଏହି କାର୍ଯ୍ୟକ୍ରମରେ କୌଣସି ରାଜ୍ୟର ରାଜ୍ୟପାଳ ଏବଂ ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ କରାଯିବ ନାହିଁ । ଏହାର କାରଣ ମଧ୍ୟ କୁହାଯାଇଛି ।

ପ୍ରଭୁ ରାମଙ୍କ ସମର୍ପଣ ଅବସରରେ ବହୁ ସଂଖ୍ୟାରେ ଭକ୍ତ ଅଯୋଧ୍ୟାରେ ପହଞ୍ଚିବାର ସମ୍ଭାବନା ଅଛି । ଏପରି ପରିସ୍ଥିତିରେ ରାଜ୍ୟପାଳ ଏବଂ ମୁଖ୍ୟମନ୍ତ୍ରୀଙ୍କ ସହ ଜଡ଼ିତ ପ୍ରୋଟୋକଲ ପାଳନ କରିବା ସମ୍ଭବ ନୁହେଁ । ସୁରକ୍ଷା ଦୃଷ୍ଟିରୁ ନିଷ୍ପତ୍ତି ନିଆଯାଇଛି ଯେ, ଦେଶର ମୁଖ୍ୟମନ୍ତ୍ରୀ ତଥା ରାଜ୍ୟପାଳମାନେ ଏହି କାର୍ଯ୍ୟକ୍ରମରେ ଭାଗ ନେବାକୁ ଆମନ୍ତ୍ରିତ ହେବେ ନାହିଁ । ଆୟୋଜକ ରାଜ୍ୟ ହୋଇଥିବାରୁ କେବଳ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏବଂ ରାଜ୍ୟପାଳ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ । ଅନ୍ୟ କୌଣସି ରାଜ୍ୟର ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ ସାମିଲ ହେବେ ନାହିଁ ।

Leave A Reply

Your email address will not be published.