Latest Odisha News

ରାମଲଲାଙ୍କ ପ୍ରତିମାର ହେବନି ନଗର ଭ୍ରମଣ କାର୍ଯ୍ୟକ୍ରମ, ଏହି କାରଣରୁ ହେଲା ରଦ୍ଦ

ଅଯୋଧ୍ୟା: ଅଯୋଧ୍ୟାରେ ନିର୍ମିତ ଭବ୍ୟ ରାମ ମନ୍ଦିରରେ ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା ସମାରୋହ ପୂର୍ବରୁ ଜାନୁଆରୀ ୧୭ରେ ପ୍ରସ୍ତାବିତ ଦେବ ବିଗ୍ରହଙ୍କ ନଗର ଭ୍ରମଣ କାର୍ଯ୍ୟକ୍ରମକୁ ରଦ୍ଦ କରିଛି ମନ୍ଦିର ଟ୍ରଷ୍ଟ । ଟ୍ରଷ୍ଟର ଜଣେ ଅଧିକାରୀ କହିଛନ୍ତି ଯେ, ଟ୍ରଷ୍ଟ ଜାନୁଆରୀ ୧୭ରେ ରାମ ଜନ୍ମଭୂମି ମନ୍ଦିର ପରିସରର ଭିତରେ ଥିବା ପ୍ରତିମୂର୍ତ୍ତିର ଭ୍ରମଣର କରିବାର ବ୍ୟବସ୍ଥା କରାଯାଇଛି । ତେଣୁ ସମଗ୍ର ଅଯୋଧ୍ୟା ନଗରରେ ପ୍ରତିମୂର୍ତ୍ତି ବୁଲେଇବା କାର୍ଯ୍ୟକ୍ରମ ରଦ୍ଦ କରାଯାଇଛି ।

ସୁରକ୍ଷା ଏଜେନ୍ସିଙ୍କ ପରାମର୍ଶ କ୍ରମେ ସୁରକ୍ଷା କାରଣରୁ ଟ୍ରଷ୍ଟ ଏହି ପ୍ରସ୍ତାବିତ କାର୍ଯ୍ୟକ୍ରମକୁ ବାତିଲ କରିଛି । କାର୍ଯ୍ୟକ୍ରମକୁ ବାତିଲ୍ କରିବାର ନିର୍ଣ୍ଣୟ ଶ୍ରୀ ରାମ ଜନ୍ମଭୁମି ତୀର୍ଥ କ୍ଷେତ୍ର ଟ୍ରଷ୍ଟର ଅଧିକାରୀ କାଶୀର ଆଚାର୍ଯ୍ୟ ଓ ବରିଷ୍ଠ ପ୍ରଶାସନିକ ଅଧିକାରୀଙ୍କ ସହ ବସିଥିବା ଏକ ବୈଠକରେ ନିଆଯାଇଛି । ରାମଲଲାଙ୍କ ନୂତନ ପ୍ରତିମା ନଗରକୁ ନିଆଯିବା ପରେ ଭକ୍ତ ଓ ତୀର୍ଥଯାତ୍ରୀମାନେ ଦର୍ଶନ ପାଇଁ ଭିଡ଼ ଜମାଇବେ ଏବଂ ଭିଡ଼କୁ ନିୟନ୍ତ୍ରଣ କରିବା ପ୍ରଶାସନ ପାଇଁ କଷ୍ଟକର ହେବ ବୋଲି ଟ୍ରଷ୍ଟ ବୈଠକରେ ଆଲୋଚନା କରାଯାଇଥିଲା ।

ସୂଚନାଯୋଗ୍ୟ ଯେ, ୨୨ ଜାନୁଆରୀରେ ଭବ୍ୟ ରାମମନ୍ଦିର ଉଦ୍ଘାଟନ ଓ ପ୍ରାଣ ପ୍ରତିଷ୍ଠା କରାଯିବ । ଏହି କାର୍ଯ୍ୟକ୍ରମକୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସମେତ ଅନେକ ବିଶିଷ୍ଠ ଲୋକମାନଙ୍କୁ ଆମନ୍ତ୍ରଣ କରାଯାଇଛି । ଏହାବ୍ୟତୀତ ୪୦୦୦ ସାଧୁସନ୍ଥଙ୍କୁ ମଧ୍ୟ ଆମନ୍ତ୍ରଣ କରାଯାଇଛି । ପ୍ରାଣ ପ୍ରତିଷ୍ଠାର ବିଧି ୧୬ ଜାନୁଆରୀ ରୁ ଆରମ୍ଭ କରାଯିବ ।

 

 

Comments are closed.