Latest Odisha News

BREAKING NEWS

କୋହଲି, ରୋହିତ ଟି୨୦ ବିଶ୍ୱକପ ଖେଳିବା ଏକପ୍ରକାର ନିଶ୍ଚିତ

ମୁମ୍ବାଇ: ଆଫଗାନିସ୍ତାନ ବିପକ୍ଷ ଟି୨୦ ସିରିଜ ପାଇଁ ବିସିସିଆଇ ଭାରତୀୟ ଦଳ ଚୟନ କରିଛି । ଏହି ସିରିଜ ପାଇଁ ରୋହିତ ଶର୍ମା ଓ ବିରାଟ କୋହଲିଙ୍କୁ ଦଳରେ ସାମିଲ କରାଯାଇଛି । ୧୪ ମାସ ପରେ ଦୁଇ ଧୂରନ୍ଧର ଖେଳାଳି ଦଳରେ ସାମିଲ ହୋଇଛନ୍ତି । ଏଥିସହ ଏହି ଦୁଇ ମହାନ ଖେଳାଳିଙ୍କ ଆଗାମୀ ଟି୨୦ ବିଶ୍ୱକପ ଖେଳିବା ଏକପ୍ରକାର ନିଶ୍ଚିତ ହୋଇଯାଇଛି । ଗତ ୨ଟି ଟି୨୦ ବିଶ୍ୱକପରେ ଭାରତ ଟାଇଟଲ ହାସଲ କରିପାରି ନ ଥିବାରୁ ଏହି ଦୁଇ ସିନିୟର ଖେଳାଳି ଏଥର ଖେଳିବା ନେଇ ଆଗ୍ରହ ପ୍ରକାଶ କରିଛନ୍ତି । ୨୦୨୨ ଟି୨୦ ବିଶ୍ୱକପ ସେମିଫାଇନାଲରେ ଇଂଲଣ୍ଡଠାରୁ ହାରିବା ପରେ ବିସିସିଆଇ ଚୟନ କମିଟି ଯୁବ ଖେଳାଳିଙ୍କ ଉପରେ ଜୋର ଦେଇଥିଲା । ରୋହିତଙ୍କ ନେତୃତ୍ୱରେ ଟିମ ଇଣ୍ଡିଆ ଶ୍ରେଷ୍ଠ ପ୍ରଦର୍ଶନ କରି ଦିନିକିଆ ବିଶ୍ୱକପ ଫାଇନାଲରେ ପ୍ରବେଶ କରିଥିଲା ।

ଏହି ଦୁଇ ଖେଳାଳି ସେମାନଙ୍କ ଶ୍ରେଷ୍ଠ ପ୍ରଦର୍ଶନ କରିଥିଲେ । ଯଶସ୍ୱୀ ଜୈସୱାଲ ଓ ରିତୁରାଜ ଗାଏକ୍ୱାଡଙ୍କ ପରି ଖେଳାଳି ଭଲ ପ୍ରଦର୍ଶନ କରିଥିଲେ ମଧ୍ୟ ଆଇସିସି ପ୍ରତିଯୋଗିତାର ଅନୂଭବକୁ ଆଖି ଆଗରେ ରଖି ପୁନର୍ବାର ୟୁ ଟର୍ଣ୍ଣ ନେଇଛନ୍ତି । ସୁନୀଲ ଗାଭାସ୍କର, ସୌରଭ ଗାଙ୍ଗୁଲି ଓ ଅନ୍ୟ ବରିଷ୍ଠ କ୍ରିକେଟର କୋହଲି ଓ ରୋହିତଙ୍କୁ ଦଳରେ ସାମିଲ କରିବା ଉଚିତ ପଦକ୍ଷେପ ବୋଲି କହିଛନ୍ତି । ଜୁନ ୧ରୁ ଟି୨୦ ବିଶ୍ୱକପ ୱେଷ୍ଟଇଣ୍ଡିଜ ଓ ଆମେରିକାରେ ଖେଳାଯିବ ।

Leave A Reply

Your email address will not be published.