Latest Odisha News

BREAKING NEWS

ଫସଲ ବଞ୍ଚାଇବାକୁ ଯାଇ ଷଣ୍ଢ ଆକ୍ରମଣରେ ବୃଦ୍ଧଙ୍କ ମୃତ୍ୟୁ

ଯାଜପୁର: ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ଦେଓଦା ଗ୍ରାମାରେ ଅଘଟଣ । ଆଜି ସକାଳୁ ଷଣ୍ଢ ଆକ୍ରମଣରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି । ମୃତକ ଦେଓଦା ଗ୍ରାମର ଅଲେଖ ମାଲିକ (୬୫) ବୋଲି ଜଣାପଡିଛି ।

ଖବର ମୁତାବକ, ସକାଳୁ ସକାଳୁ ଅଲେଖଙ୍କ ବାଡ଼ିରେ ଏକ ଷଣ୍ଢ ପଶିଥିବା ଦେଖି ସେ ତାକୁ ଗଘଉଡ଼ାଇବା କୁ ଯାଇଥିଲେ । ଏହି ସମୟରେ ଷଣ୍ଢଟି ତାଙ୍କୁ ଆକ୍ରମଣ କରି ଟେକି କଚାଡି ଦେଇଥିଲା । ଫଳରେ ଅଲେଖ ଗୁରୁତର ଆହତ ହୋଇଥିଲେ ।

ପରିବାର ଲୋକେ ତାଙ୍କୁ ଧର୍ମଶାଳା ଡାକ୍ତରଖାନା ଆଣିଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ତେବେ ଷଣ୍ଢଟି ଗତ ଏକ ମାସ ହେବ ଗାଁରେ ଏଭଳି ଉତ୍ପାତ କରି ଅନେକ ଲୋକଙ୍କୁ ଘାଇଲା କରିଥିବା ଜଣାପଡିଛି । ଅଲେଖଙ୍କ ମୃତ୍ୟୁ ପରେ ପରିବାର ଓ ଗ୍ରାମରେ ଶୋକର ଛାୟା ଖେଳିଯାଇଛି ।

Leave A Reply

Your email address will not be published.