Latest Odisha News

BREAKING NEWS

[ଭିଡିଓ] ଭିତ୍ତିଭୂମି ଅଭାବରୁ ବାରଣ୍ଡାରେ ବସି ପାଠ ପଢୁଛନ୍ତି ଛାତ୍ରାଛାତ୍ରୀ

ନୂଆପଡା : ସରକାର ସ୍କୁଲ ଗୁଡିକର ଉନ୍ନତି କରଣ ପାଇଁ ଯୋଜନା ପରେ ଯୋଜନା କରିଚାଲିଛନ୍ତି । ହେଲେ ନୂଆପଡା ଜିଲ୍ଲା ଖଡିଆଳ ବ୍ଲକ କେନ୍ଦୁପାଟି ପ୍ରାଥମିକ ବିଦ୍ୟାଳୟରେ ଓଲଟା ଚିତ୍ର ଦେଖିବାକୁ ମିଳୁଛି । ଏହି ବିଦ୍ୟାଳୟ ବାହର ରଙ୍ଗ ବେରଙ୍ଗରେ ଚାକଚକ୍ୟ ତିଆରି ହୋଇଛି । ଯାହାକି ଛାତ୍ରଛାତ୍ରୀଙ୍କୁ ଆକୃଷ୍ଟ କରୁଛି । ହେଲେ ଭିତରେ ବିଦ୍ୟାଳୟର ଶ୍ରେଣୀ ଗୃହ ଗୁଡିକ ଭଙ୍ଗା ଦଦରା ଅବସ୍ଥାରେ ପଡିରହିଛି । ବିଦ୍ୟାଳୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପିଲା ପଢୁଥିବା ବେଳେ । ବିଦ୍ୟାଳୟରେ ରହିଛି ମାତ୍ର ୪ ଟି କୋଠରୀ ।

ହେଲେ ବିପର୍ଯ୍ୟସ୍ତ ଅବସ୍ଥାରେ ଥିବା ୨ ଟି କଠୋରୀରୁ ସିମେଣ୍ଟ ଖସିବା ଯୋଗୁଁ ଛାତ୍ରଛାତ୍ରୀ ମାନେ ଆହତ ମଧ୍ୟ ହେଉଛନ୍ତି । ଫଳରେ ଛାତ୍ରଛାତ୍ରୀ ମାନଙ୍କୁ ବାରଣ୍ଡାରେ ବସାଇ ଶିକ୍ଷାଦାନ ଦିଆଯାଉଛି । ତୁରନ୍ତ ବିଦ୍ୟାଳୟର ଶ୍ରଣୀଗୃହ ନିର୍ମାଣ କରିବା ପାଇଁ ଛାତ୍ରଛାତ୍ରୀ ନିବେଦନ କରିଛନ୍ତି ।୧୯୫୯ ମସିହାରୁ ବିଦ୍ୟାଳୟ ନିର୍ମାଣ କରାଯାଇଛି । ବିଦ୍ୟାଳୟରେ ୬ ଜଣ ଶିକ୍ଷକ ଶିକ୍ଷୟତ୍ରୀ ଥିବାବେଳେ ମୋଟ୍ ୧୯୦ ଜଣ ଛାଚ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି ।

ହେଲେ ଶ୍ରେଣୀଗୃହ ନଥିବାରୁ ଏହି କରୋନା କଟକଣା ସମୟରେ ଛାତ୍ରାଛାତ୍ରୀଙ୍କୁ ପାଠା ପଢାଇବାରେ ବହୁ ଅସୁବିଧା ହେଉଛି । ସ୍କୁଲର ଏଭଳି ବିପର୍ଯ୍ୟସ୍ତ ଅବସ୍ଥାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ଅଭିଭାବକମାନେ । ଗୋଟିଏ ପଟେ ସରକାର ସ୍ମାର୍ଟ ସ୍କୁଲ , ସ୍ମାର୍ଟଶ୍ରେଣୀ ଗୃହ ନିର୍ମାଣ କରୁଥିବା ବେଳେ କେନ୍ଦୁପାଟି ବିଦ୍ୟାଳୟ ସମ୍ପୁର୍ଣ୍ଣ ଅବହେଳିତ ହୋଇପଡିଛି ।ଅନ୍ୟପଟେ ଏନେଇ ଆମେ ଖଡିଆଳ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କୁ ପଚାରିବାରୁ । ଖୁବ୍ ଶିଘ୍ର ସମସ୍ୟାର ସମାଧାନ ହେବ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି ।

Leave A Reply

Your email address will not be published.