Latest Odisha News

BREAKING NEWS

ଡ୍ରେନେଜ ପାଇପରୁ ବାହାରୁଛି ଟଙ୍କା, ତାଜୁବ୍ ହୋଇଗଲେ ଏସିବି ଅଧିକାରୀ

କର୍ଣ୍ଣାଟକ: ଚଢ଼ାଉ ସମୟରେ ବାହାରୁଛି ପୁଳା ପୁଳା ଟଙ୍କା । ତାହା ପୁଣି କୌଣସି ଆକାଉଣ୍ଟ କିମ୍ବା ଲକରରୁ ନୁହେଁ । ପାଇପରୁ ବାହାରୁଛି ବିଡ଼ା ବିଡ଼ା ଟଙ୍କା । ଏହାସହ ବାହାରିଥିଲା ସୁନା । ଏହାକୁ ବାହାର କରିବା ପାଇଁ ବାଲଟିର ବ୍ୟବହାର କରାଯାଇଥିଲା । ପାଇପରୁ ଏତେ ପରିମାଣର ଟଙ୍କା ଓ ସୁନା ବାହାରୁଥିବା ଦେଖି ତାଜୁବ୍ ହୋଇଯାଇଛନ୍ତି ରେଡ଼୍ କରିବାକୁ ଯାଇଥିବା ଅଧିକାରୀ । ଏହି ଭିଡ଼ିଓ ଏବେ ଭାଇରାଲ ହେବାରେ ଲାଗିଛି ।

କର୍ଣ୍ଣାଟକର କଲବୁର୍ଗୀରେ ଜଣେ ପିଡ଼ବ୍ଲୁଡ଼ି ଇଞ୍ଜିନିୟରଙ୍କ ଘରେ ଏସିବି ପକ୍ଷରୁ ରେଡ଼୍ ହୋଇଥିଲା । ରେଡ଼ ସମୟରେ କୋଟି ଟଙ୍କାର ସମ୍ପତ୍ତି ମିଳିଛି । ରେଡ଼ ସମୟରେ ଯେଉଁ ଭିଡ଼ିଓ ସାମ୍ନାକୁ ଆସିଛି ସେଥିରେ ଅଧିକାରୀ ଇଞ୍ଜିନିୟରଙ୍କ ଘର ଡ୍ରେନେଜ ପାଇପରୁ ଟଙ୍କା ବାହାରୁଥିବା ଦେଖିବାକୁ ମିଳିଥିଲା । ପାଇପରୁ ଏତେ ପରିମାଣର ଟଙ୍କା ବାହାରୁଥିବା ଦେଖି ଅଫିସରମାନେ ମଧ୍ୟ ତାଜୁବ୍ ହୋଇଗଲେ । ଏସିବିର ଏକ ଟିମ୍ ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ କଳବୁର୍ଗୀର ପିଡ଼ବ୍ଲୁଡ଼ି ଜେଇ ଶାନ୍ତାଗୌଡ଼ା ବିରାଦରଙ୍କ ଘରେ ଚଢ଼ାଉ କରିଥିଲା । ବିରଦାର ଜେବରଗୀ ଉପଖଣ୍ଡରେ ଜୁନିୟର ଇଞ୍ଜିନିୟରଭାବେ କାର୍ଯ୍ୟରତ । ଏକ ରିପୋର୍ଟ ଅନୁଯାୟୀ, ଶାନ୍ତାଗୌଡ଼ା ବିରାଦାରଙ୍କ ଘରୁ ମୋଟ୍ ୧୩.୫ଲକ୍ଷ ନଗଦ ଟଙ୍କା ଜବତ ହୋଇଛି ।

ଏସିବି ଏସପି ମହେଶ୍ୱର ମେଘନ୍ନାଭରଙ୍କ ନେତୃତ୍ୱରେ ଏହି ଚଢ଼ାଉ ହୋଇଥିଲା । ଖବର ଅନୁଯାୟୀ, ବୁଧବାର ସମୟ ୯ଟା ସମୟରେ ଏସିବି ଟିମ୍ ବିରାଦରଙ୍କ କବାଟ ବାଡ଼େଇଥିଲେ । ମାତ୍ର ସେ କବାଟ ଖୋଲିବାକୁ ୧୦ମିନିଟ୍ ସମୟ ନେଇଥିଲେ । ଯାହାଦ୍ୱାରା ସେ ଆୟ ବର୍ହିଭୂତ ସମ୍ପତ୍ତି ଲୁଚାଇବା ନେଇ ସନ୍ଦେହ ହୋଇଥିଲା । ପରେ ପ୍ଲମ୍ବରକୁ ଡ଼କାଯାଇଥିଲା । ପ୍ଲମ୍ବର ଆସି ପାଇପ କାଟିବାରୁ ସେଥିରୁ ବାହାରିଥିଲା ପୁଳା ପୁଳା ଟଙ୍କା ।

Leave A Reply

Your email address will not be published.