ଭୁବନେଶ୍ୱର: ବିଶ୍ୱ ପ୍ରସିଦ୍ଧ ରଥ ଯାତ୍ରା ପାଇଁ ଶ୍ରୀକ୍ଷେତ୍ର ଜନ ସମୁଦ୍ର ପାଲଟିଛି । ବଡ଼ ଦାଣ୍ଡରେ ଭକ୍ତଙ୍କ ଗହଳି ଲାଗି ରହିଥିବା ବେଳେ ଆଜି ଶ୍ରୀକ୍ଷେତ୍ରର ଆକାଶ ପ୍ରାୟ ମେଘ ଶୂନ୍ୟ ରହିଛି । ଫଳରେ ଖରାର ମାତ୍ରା ଏବଂ ଉଚ୍ଚ ଆଦ୍ରତା ହେତୁ ଗୁଳୁଗୁଳି ଲାଗି ରହିଥିବା ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ।
ଆକାଶ ପ୍ରାୟ ମେଘ ଶୂନ୍ୟ ଥିବାରୁ ଖରାର ମାତ୍ରା ଏବଂ ଉଚ୍ଚ ଆଦ୍ରତା ହେତୁ ଗୁଳୁଗୁଳି ରହୁଥିବାରୁ, ଯଥେଷ୍ଟ ମାତ୍ରାରେ ପାନୀୟ ଗ୍ରହଣ କରିବାକୁ ସୂଚନା ଜାରିକରଯାଇଛି
— Meteorological Centre, Bhubaneswar (@mcbbsr) June 20, 2023
ଖରା ଓ ଗୁଳୁଗୁଳି ରହୁଥିବାରୁ ଯଥେଷ୍ଟ ମାତ୍ରାରେ ପାନୀୟ ଗ୍ରହଣ କରିବାକୁ ପରାମର୍ଶ ଦେଇଛି ପାଣିପାଗ ବିଭାଗ । ଆଜି ପୁରୀ ସହରରେ ଦକ୍ଷିଣ-ଦକ୍ଷିଣପଶ୍ଚିମ ଦିଗରୁ ପବନ ଘଣ୍ଟା ପ୍ରତି ୭ରୁ ୧୦ କିଲୋମିଟର ବେଗରେ ପବନ ବହୁଛି । ସକାଳ ୮ଟା ୩୦ ସୁଦ୍ଧା ପୁରୀର ତାପମାତ୍ରା ୩୩.୪ ଡିଗ୍ରୀ ରହିଥିବା ବେଳେ ୭୬% ଆଦ୍ରତା ରେକର୍ଡ ହୋଇଛି ।
Comments are closed.