Latest Odisha News

BREAKING NEWS

ଖେଳ ହେଲା କାଳ, ଯୁବକଙ୍କ ପେଟରେ ପଶିଲା ତୀର

ଢେଙ୍କାନାଳ: ଖେଳ ହେଲା କାଳ। ଯୁବକଙ୍କ ପେଟରେ ପଶିଗଲା ତୀର। ଏଭଳି ଘଟଣା ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଆମ୍ବପଳାଶ ପଞ୍ଚାୟତ ଅନ୍ତର୍ଗତ ଜାମୁନାଳୀ ଗାଁରେ। ଗାଁରେ ଧନୁ ତୀର ମରାମରି ଖେଳୁ ଖେଳୁ ଜଣେ ଯୁବକଙ୍କ ପେଟରେ ତୀରଟି ପଶି ଯାଇଥିଲା। ଗୁରୁତର ଯୁବକ ଜଣକ ହେଲେ ପରଜଙ୍ଗ ଥାନା ଜାମୁନାଳୀ ଗାଁର ଲୋକନାଥ ପିଙ୍ଗୁଆ।

ସୂଚନା ଅନୁସାରେ ଲୋକନାଥ ସନ୍ଧ୍ୟା ସମୟରେ ଶୌଚ ହୋଇ ଗାଁ ନିକଟ ଜୋରରୁ ଘରକୁ ଫେରୁଥିଲେ। ଠିକ୍ ସେହି ସମୟରେ ଗାଁର କିଛି ପିଲା ଧନୁତୀର ଖେଳୁଥିବା ବେଳେ ଅସାବଧାନତା କାରଣରୁ ତୀରଟି ଲୋକନାଥଙ୍କ ପେଟରେ ପଶି ଯାଇଥିଲା। ଏହା ଦେଖି ସ୍ଥାନୀୟ ଲୋକେ ତୁରନ୍ତ ତାଙ୍କୁ କାମାକ୍ଷାନଗର ମେଡିକାଲରେ ଭର୍ତ୍ତି କରିଥିଲେ। ତାଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି।

Leave A Reply

Your email address will not be published.