Latest Odisha News

BREAKING NEWS

ଭାରତରେ ଏଯାଏଁ ଗୋଷ୍ଠୀ ସଂକ୍ରମଣ ହୋଇନି: କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ଭାରତରେ ଏଯାଏଁ ହୋଇନି ଗୋଷ୍ଠୀ ସଂକ୍ରମଣ । ଦିନକୁ ଦିନ ଦେଶରେ ସଂକ୍ରମଣ ବଢ଼ୁଥିଲେ ମଧ୍ୟ ଏପର୍ଯ୍ୟନ୍ତ ଆମେ ଗୋଷ୍ଠୀ ସଂକ୍ରମଣ ଷ୍ଟେଜକୁ ଯାଇନେ । ଏନେଇ ଆଜି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ କହିଛନ୍ତି ।

ଭାରତରେ କେହି ମଧ୍ୟ ଗୋଷ୍ଠୀ ସଂକ୍ରମଣର ଶିକାର ହୋଇ ନାର୍ହି । ବିଶେଷଜ୍ଞମାନେ ଏଭଳି ମତ ଦେଇଛନ୍ତି । କିଛି ସ୍ଥାନରେ ଲୋକେ ସ୍ଥାନୀୟ ସଂକ୍ରମଣର ଶିକାର ହେଉଛି । ହେଲେ ତାହା କିନ୍ତୁ ଭାରତରେ ଗୋଷ୍ଠୀ ସଂକ୍ରମଣ ହୋଇଥିବାର ସଙ୍କେତ ଦେଉନାହିଁ ବୋଲି ହର୍ଷବର୍ଦ୍ଧନ କହିଛନ୍ତି ।

ସୂଚନା ମୁତାବକ, ଆଜି ଦେଶରେ ୨୪ଘଣ୍ଟାରେ ୨୪,୮୭୯ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୪୮୭ ଜଣଙ୍କର ମୃତ୍ୟୁ ଘଟିଛି। ସମଗ୍ର ଦେଶରେ ଏବେ ୭୬୭୨୯୬ ଜଣ କରୋନାଭାଇରସ୍ ଦ୍ୱାରା ଆକ୍ରାନ୍ତ ହୋଇଥିବା କଥା କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ତରଫରୁ ସୂଚନା ଦିଆଯାଇଛି । ଆକ୍ରାନ୍ତଙ୍କ ମଧ୍ୟରୁ ୪୭୬୩୭୭ ଜଣ ସୁସ୍ଥ ହୋଇଛନ୍ତି । ୨୧,୧୨୯ ଜଣ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି।

Leave A Reply

Your email address will not be published.