Latest Odisha News

BREAKING NEWS

କମୁଛି କରୋନା : ୧୫ ରାଜ୍ୟରେ ଗତ ୨୪ ଘଣ୍ଟାରେ ମୃତ୍ୟୁ ସଂଖ୍ୟା ଶୂନ

ନୂଆଦିଲ୍ଲୀ : ଦେଶରେ ସୁଧୁରୁଛି କରୋନା ସ୍ଥିତି । କରୋନାରେ ଗତ ୨୪ ଘଣ୍ଟାରେ ଦେଶର ୧୫ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ କାହାର ମୃତ୍ୟୁ ହୋଇନଥିବା ସରକାର ଘୋଷଣା କରିଛନ୍ତି । ଦେଶରେ ବିଗତ ୫ ସପ୍ତାହ ହେଲାଣି କରୋନା ସଂକ୍ରମଣ ହାର ହ୍ରାସ ପାଉଛି । ସେହିପରି ଗତ ଗୋଟିଏ ସପ୍ତାହ ହେଲାଣି ୭ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ କେହି ବି କରୋନା ଯୋଗୁ ମୃତ୍ୟୁବରଣ କରିନଥିବା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସଚିବ ରାଜେଶ ଭୂଷଣ ସାମ୍ବାଦିକ ସମ୍ମିଳନୀରେ ଏନେଇ ସୂଚନା ଦେଇଛନ୍ତି ।

ଭାରତରେ ଦୈନିକ କୋଭିଡ୍ -୧୯ ସଂକ୍ରମଣ ମାମଲା ମଧ୍ୟ ହ୍ରାସ ପାଉଛି । ମନ୍ତ୍ରଣାଳୟ ପକ୍ଷରୁ ସ୍ପଷ୍ଟ କରାଯାଇଛି ଯେ, ପ୍ରତ୍ୟେକ ଦିନ କୋଭିଡ୍‌ ସଂକ୍ରମଣ ମାମଲା କମିବାରେ ଲାଗିଛି । ଏହାସହ ସୁସ୍ଥତା ହାର ମଧ୍ୟ ବୃଦ୍ଢ଼ୁଧି ପାଉଛି । ସେହିପରି ଜାନୁଆରୀ ଦ୍ୱିତୀୟ ସପ୍ତାହରେ ଦିନକୁ ହାରାହାରି ମୃତ୍ୟୁ ୨୧୧ ଥିଲା ଏବଂ ଫେବୃଆରୀ ଦ୍ୱିତୀୟ ସପ୍ତାହରେ ଏହା ୫୫ ପ୍ରତିଶତ ହ୍ରାସ ପାଇ ୯୬କୁ ଖସି ଆସିଛି ।

Comments are closed.