ପ୍ୟାରିସ: ଭାରତକୁ ଖୁବ୍ ଶୀଘ୍ର ରାଫାଲ ଲଢ଼ୁଆ ବିମାନ ମିଳିବ ବୋଲି ଫ୍ରାନ୍ସ ପକ୍ଷରୁ ସ୍ପଷ୍ଟ କରାଯାଇଛି । ୩୬ ରାଫାଲ ବିମାନ (୩୦ଟି ଯୁଦ୍ଧ ବିମାନ, ୬ଟି ଟ୍ରେନର ବିମାନ) ନେଇ ଉଭୟ ଦେଶ ମଧ୍ୟରେ ୫୮ ହଜାର କୋଟି ଟଙ୍କାର ଚୁକ୍ତି ହୋଇଥିଲା । ୨୦୨୦ ଏପ୍ରିଲ ସୁଦ୍ଧା ଏହା ଭାରତକୁ ମିଳିବ ବୋଲି ଫ୍ରାନ୍ସ ପକ୍ଷରୁ କୁହାଯାଇଥିଲା ।
କରୋନା ମହାମାରୀ ଯୋଗୁ ଏଥିରେ ବିଳମ୍ବ ଘଟିଛି । ତେବେ ଆଗକୁ ଆଉ ବିଳମ୍ବ ହେବ ନାହିଁ ବୋଲି ଫ୍ରାନ୍ସ ରାଷ୍ଟ୍ରଦୂତ ଇମାନୁଏଲ ଲେନାଇନ କହିଛନ୍ତି । ରାଫାଲ ବିମାନ ଭିତିଭୂମି ନିର୍ମାଣ ଲାଗି ଭାରତୀୟ ବାୟୁସେନା ପକ୍ଷରୁ ୪ ଶହ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି ।
Comments are closed.