Latest Odisha News

BREAKING NEWS

ଉତ୍କଳ ରଙ୍ଗମଞ୍ଚରେ ଓଡ଼ିଶୀ ସଙ୍ଗୀତ ଓ ନୃତ୍ୟ ଆଲୋଚନା ଚକ୍ର

ଭୁବନେଶ୍ୱର : ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ର ଏବଂ ଓଡ଼ିଶା ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗର ମିଳିତ ସହଯୋଗରେ ଗବେଷଣା କେନ୍ଦ୍ରର ଉତ୍କଳ ରଙ୍ଗମଚରେ ଓଡ଼ିଶୀ ସଙ୍ଗୀତ ଉତ୍ସବ ଆୟୋଜିତ ହୋଇଯାଇଛି। ଏହି ଉତ୍ସବରେ ଓଡ଼ିଶୀ ସଙ୍ଗୀତକୁ ନେଇ ଏକ ଆଲୋଚନା ଚକ୍ର ଆୟୋଜିତ ହୋଇଥିଲା। ଏହି ଆଲୋଚନା ଚକ୍ରରେ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗ ଦେଇଥିଲେ। ପଣ୍ଡିତ ଦାମୋଦର ହୋତା , ଧନେଶ୍ୱର ସ୍ୱାଇଁ, କୀର୍ତ୍ତନ ନାରାୟଣ ପାଢ଼ୀ ପଣ୍ଡିତ ହର ମୋହନ ଖୁଣ୍ଟିଆ , ଗୁରୁ ରମାରାଓ ପାତ୍ର ତଥା ଅନେକ ଗାୟକ ବାଦକ ଏବଂ ନୃତ୍ୟଶିଳ୍ପୀ ଯୋଗଦାନ କରି ମତବ୍ୟକ୍ତ କରିଥିଲେ।

ଗତ ତିନି ଦଶନ୍ଧି ଧରି ଓଡ଼ିଶୀ ଗବେଷଣା କେନ୍ଦ୍ର ଓଡିଶୀ ସଙ୍ଗୀତର ପ୍ରଚାର ପ୍ରସାର ପାଇଁ କାର୍ଯ୍ୟ କରି ଆସୁଛି।
ଏହି କାର୍ଯ୍ୟକ୍ରମର ଦ୍ଵିତୀୟ ସନ୍ଧ୍ୟାରେ ଗୁରୁ କେଶବ ଚନ୍ଦ୍ର ରାଉତ ଗାୟାନ ପ୍ରସ୍ତୁତ କରିଥିଲେ । ପରେ ସୁଶ୍ରୀ ଅର୍ଚ୍ଚନା ଜେନା , ହିମାଂଶୁ ଶେଖର ସ୍ୱାଇଁ, ଅରୁପ ଦାସ ମର୍ଦଳ ବାଦନ କରିଥିଲେ।

ଏହି କାର୍ଯ୍ୟକ୍ରମରେ ଡ ସଂଗୀତା ଗୋସାଇଁ , ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ, ଗୁରୁ ସଚ୍ଚିଦାନନ୍ଦ ଦାସ, ଗୁରୁ ସ୍ବପନେଶ୍ୱର ଚକ୍ରବର୍ତ୍ତୀ ଏବଂ ଲୀନା ନନ୍ଦ ପ୍ରମୁଖ ଉପସ୍ଥିତ ଥିଲେ।

Leave A Reply

Your email address will not be published.