କୋଲକାତା: ଆରମ୍ଭ ହୋଇଯାଇଛି ପାର୍ବଣ ଋତୁ । ଆସିବେ ମା’ ଦଶଭୁଜା । କିନ୍ତୁ ଏହି ପାର୍ବଣକୁ ଫିକା କରିଦେଇଛି ହାଇକୋର୍ଟଙ୍କ ନିର୍ଦେଶ ।
ଦୁର୍ଗା ପୂଜା ପାଣ୍ଡାଲରେ ପରିଦର୍ଶକମାନଙ୍କ ଉପରେ ଲାଗିଲା ରୋକ । ପଶ୍ଚିମବଙ୍ଗ ଗଣପର୍ବ ଆରମ୍ଭର ମାତ୍ର ତିନିଦିନ ପୂର୍ବରୁ କୋଲକାତା ହାଇକୋର୍ଟ ଏହି ନିର୍ଦେଶ ଦେଇଛନ୍ତି ।
କରୋନାଭାଇରସ୍ ଆକ୍ରାନ୍ତକୁ ଦୃଷ୍ଟିରେ ରଖି ମଣ୍ଡପ ଭିତରକୁ କେବଳ ଆୟୋଜକଙ୍କୁ ଅନୁମତି ଦିଆଯିବ ବୋଲି କୋର୍ଟ କହିଛନ୍ତି । ବଡ ପଣ୍ଡାଲରେ ସଂଖ୍ୟା ୨୫ ଥିବା ବେଳେ ଏବଂ ଛୋଟ ପଣ୍ଡାଲ ପାଇଁ ଏହି ସଂଖ୍ୟାକୁ ୧୫ରେ ସୀମିତ ରଖାଯାଇଛି ।
Comments are closed.