Latest Odisha News

BREAKING NEWS

ସ୍ୱାଭାବିକ ହେବ ଘରୋଇ ଓ ସରକାରୀ ବସ୍ ଚଳାଚଳ: ମନ୍ତ୍ରୀ

ଭୁବନେଶ୍ୱର: ଅନଲକ୍‌-୪ ଗାଇଡଲାଇନ୍ ପରେ ରାଜ୍ୟରେ ଘରୋଇ ଓ ସରକାରୀ ବସ୍ ଚଳାଚଳ ସ୍ୱାଭାବିକ ହେବ ବୋଲି ମଙ୍ଗଳ ବାର ଦିନ ପ୍ରକାଶ କରିଛନ୍ତି ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ।

BjdElectrycity

ରାଜ୍ୟ ସରକାରଙ୍କ ପକ୍ଷରୁ ଓଡିଶା ବସ୍ ମାଲିକ ଆସୋସିଏସନର ଟାକ୍ସ ଛାଡ ଭଳି ଅନେକାଂଶ ଦାବିକୁ ପୂରଣ କରାଯାଇଛି ।

ସେ ଆହୁରି ମଧ୍ୟ କହିଛନ୍ତି ଯେ କୋଭିଡ ଗାଇଡଲାଇନକୁ ଦୃଷ୍ଟିରେ ରଖି ବସର ଡ୍ରାଇଭର, କଣ୍ଡକ୍ଟର, ପାସେଞ୍ଚର ତଥା କ୍ଲିନର ଆଦି ମାନେ ବାଧ୍ୟତାମୂଳକ ଭାବେ ମାସ୍କ ବ୍ୟବହାର କରିବେ ବୋଲି ବସ୍ ମାଲିକଙ୍କୁ କୁହାଯାଇଛି ।

ସୂଚନାଯୋଗ୍ୟ, ଗତ ଅଗଷ୍ଟ ୩୧ ତାରିଖରେ ସ୍ୱତନ୍ତ୍ର ରିଲିଫ୍ କମିଶନର ଇଣ୍ଟର-ଷ୍ଟେଟ୍ ଓ ଇଣ୍ଟ୍ରା-ଷ୍ଟେଟ୍ ମଧ୍ୟରେ ଗାଡି ଚଳାଚଳ ଉପରେ ଥିବା କଟକଣାକୁ ହଟାଇ ଦେଇଥିଲେ ।

Leave A Reply

Your email address will not be published.