Latest Odisha News

BREAKING NEWS

ସଟଡାଉନ ଲାଗି ୧୧ ଜିଲ୍ଲାରେ ମ୍ୟାଟ୍ରିକ ଖାତା ମୂଲ୍ୟାଙ୍କନ ସ୍ଥଗିତ

କଟକ: ଓଡିଶାର ୧୧ଟି ଜିଲ୍ଲାରେ ସାପ୍ତାହିକ ସଟଡାଉନ ଯୋଗୁଁ ଏହି ସ୍ଥାନରେ ବାର୍ଷିକ ମ୍ୟାଟ୍ରିକ୍ ପରୀକ୍ଷା ଖାତା ମୂଲ୍ୟାଙ୍କନ ସ୍ଥଗିତ ରହିବା ନେଇ ଶନିବାର ଦିନ ସୂଚନା ଦେଇଛନ୍ତି ମାଧ୍ୟମିକ ଶିକ୍ଷା ପରିଷଦ (ବିଏସଇ) ।

ପ୍ରାପ୍ତ ସୂଚନାନୁଯାୟୀ, ଗଞ୍ଜାମ, ପୁରୀ, ନୟାଗଡ଼, କଟକ, ଜଗତସିଂହପୁର, କେନ୍ଦ୍ରାପଡା, ଖୋର୍ଦ୍ଧା, ଯାଜପୁର, ଭଦ୍ରକ ଏବଂ ବାଲେଶ୍ବରରେ ଜୁନ୍ ୩୦ ଯାଏଁ କୌଣସି ମୂଲ୍ୟାଙ୍କନ ହେବ ନାହିଁ।

ତେବେ କଣ୍ଟେନମେଣ୍ଟ ଜୋନ୍ ବ୍ୟତୀତ ବାକି ଜିଲ୍ଲାମାନଙ୍କରେ ଏହି ଦୁଇ ଦିନ ମୂଲ୍ୟାଙ୍କନ ଜାରି ରହିବ ବୋଲି ଏଥିରେ କୁହାଯାଇଛି।

ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ଘଟିଥିବାର ଜୁନ୍ ମାସରେ ରାଜ୍ୟ ସରକାର ପ୍ରାୟ ୧୧ଟି ଜିଲ୍ଲାରେ ପ୍ରତି ଶନିବାର ଓ ରବିବାର ଦିନ ସଟଡାଉନ ନିର୍ଦ୍ଦେଶ ଦେଇଛନ୍ତି।

Leave A Reply

Your email address will not be published.