ନୂଆଦିଲ୍ଲୀ: ପ୍ରେସ୍ ଇନଫର୍ମେସନ୍ ବ୍ୟୁରୋ (ପିଆଇବି)ର ଫ୍ୟାକ୍ଟ ଚେକ୍ ୟୁନିଟ୍ ଶନିବାର ପାକିସ୍ତାନ ସମର୍ଥକ ସୋସିଆଲ ମିଡିଆ ହ୍ୟାଣ୍ଡେଲଗୁଡ଼କରେ ଅନେକ ମିଥ୍ୟା ପ୍ରଚାର କରୁଛନ୍ତି ବୋଲି ସୂଚନା ଦେଇଛି। ଏଥିସହ ଲୋକମାନଙ୍କୁ ଗୁଜବ ଉପରେ ବିଶ୍ୱାସ ନ କରି ସମସ୍ତ ସୂଚନା ଯାଞ୍ଚ କରିବାକୁ ଅନୁରୋଧ କରାଯାଇଛି।
ସ୍କ୍ୱାଡ୍ରନ୍ ଲିଡର ଶିବାନୀ ସିଂହଙ୍କୁ ନେଇ ଯେଉଁ ମିଥ୍ୟା ପ୍ରଚାର ହେଉଛି ସେହି ବିଷୟରେ ପିଆଇବି ଫ୍ୟାକ୍ଟ ଚେକ୍ କରି ଦାବି କରିଛି ଯେ ପାକିସ୍ତାନ ଭାରତର କୌଣସି ମହିଳା ବାୟୁସେନା ପାଇଲଟଙ୍କୁ ଧରିବାରେ ସଫଳ ହୋଇପାରିନାହିଁ। ଜାଣନ୍ତୁ ପାକିସ୍ତାନର ଆଉ କେଉଁ କେଉଁ ମିଛ ଉପରୁ ପରଦା ହଟାଇଛି ପିଆଇବି।
ସେହିପରି ପାକିସ୍ତାନ ଅଧିକୃତ କାଶ୍ମୀର ପିଓକେରେ ଭାରତୀୟ ପାଇଲଟ ଲଢ଼ୁଆ ବିମାନରୁ ଖସିଯାଇଥିବା ଓ S-400 ସିଷ୍ଟମର ଧ୍ୱଂସ କିମ୍ବା କ୍ଷତି ହୋଇଥିବା ଦାବିରେ କୌଣସି ସତ୍ୟତା ନାହିଁ। ଏସବୁ ରିପୋର୍ଟ ଭିତ୍ତିହୀନ ବୋଲି କୁହାଯାଇଛି। ଦାବି କରାଯାଇଥିଲା ଯେ ହିମାଳୟର ବିଭିନ୍ନ ଅଞ୍ଚଳରେ ତିନୋଟି ଲଢ଼ୁଆ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଯାହାକୁ ନେଇ ୟୁନିଟ୍ ସ୍ପଷ୍ଟ କରିଛି ଯେ ଏହା ସମ୍ପୂର୍ଣ୍ଣ ମିଥ୍ୟା ଅଟେ ଓ ଯେଉଁ ଫଟୋ ପ୍ରସାରିତ ହେଉଛି ତାହା ୨୦୧୬ ମସିହାର।
ଆହୁରି ମଧ୍ୟ ପାକିସ୍ତାନର ଏକ ସାଇବର ଆଟାକ ଯୋଗୁଁ ଭାରତର ୭୦% ବିଦ୍ୟୁତ୍ ଗ୍ରୀଡ୍ ଅଚଳ ହୋଇଯାଇଥିବା ଖବର ମଧ୍ୟ ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ଯାହାକୁ ଖଣ୍ଡନ କରିଛି ପିଆଇବି।
Comments are closed.