Latest Odisha News

HSRP ନଥିଲେ ନିସ୍ତାର ନାହିଁ, ୧୫ରୁ ଗଣିବେ ଫାଇନ୍

ଭୁବନେଶ୍ୱର: ଆପଣଙ୍କ ଗାଡ଼ିରେ ଲଗାଇଛନ୍ତି ତ ହାଇ ସିକ୍ୟୁରିଟି ରେଜିଷ୍ଟ୍ରେସନ୍ ପ୍ଲେଟ୍ । ଯଦି ଲଗାଇ ନାହାନ୍ତି ତାହେଲେ ଫାଇନ୍ ଦେବେ । ଆସନ୍ତା ୧୫ ତାରିଖରୁ ଗାଡ଼ିରେ HSRP ଲାଗି ନଥିଲେ ଫାଇନ୍ ଗଣିବାକୁ ପଡ଼ିବ । ଗାଡ଼ି ପଞ୍ଜିକରଣ ନମ୍ବର ଶେଷ ଅଙ୍କ ୧, ୨, ୩, ୪, ୫ ଓ ୬ ଲାଗି HSRP ଲଗାଇବାର ଶେଷ ତାରିଖ ଥିଲା ଡିସେମ୍ବର ୩୧ ।

ତା ପରେ ସରକାର ଆଉ ଅବଧି ବୃଦ୍ଧି କରିନାହାନ୍ତି । ଜାନୁଆରୀ ୧୫ରୁ HSRP ଧରପଗଡ଼ ଆରମ୍ଭ ହେବାକୁ ଥିବା ବେଳେ ଗାଡ଼ିରେ ଲଗାଇ ନଥିଲେ ୫ ହଜାରରୁ ୧୦ ହଜାର ଟଙ୍କା ଜରିମାନା ଦେବାକୁ ପଡ଼ିବ । ସେହିଭଳି ଗାଡ଼ି ପଞ୍ଜିକରଣ ନମ୍ବରର ଶେଷ ଅଙ୍କ ୭ ଓ ୮ ଥିଲେ ଜାନୁଆରୀ ୩୧ ଏବଂ ୯ ଓ ଶୂନ ଥିଲେ ଫେବ୍ରୁଆରୀ ୨୮ ସୁଦ୍ଧା HSRP ଲଗାଇବେ ।

ନ ହେଲେ ଆପଣଙ୍କୁ ବି ଜରିମାନା ଭାବେ ଦେବାକୁ ପଡ଼ିବ ମୋଟା ଅଙ୍କର ଟଙ୍କା । ପୂର୍ବରୁ ସରକାର ବାରମ୍ବାର HSRP ଲଗାଇବା ଅବଧି ବଢ଼ାଇ ଥିବା ବେଳେ ଚାଲାଣ କଟା ଯାଉ ନଥିଲା । ୧୫ ତାରିଖରୁ ଗାଡ଼ିରେ HSRP ଲଗାଇ ନଥିଲେ ଅନଲାଇନ୍ ଇ-ଚାଲାଣ କଟିବ ।

Leave A Reply

Your email address will not be published.