Latest Odisha News

BREAKING NEWS

କାହାକୁ ଚେତାବନୀ ଦେଲେ ରୋହିତ: ଟେଷ୍ଟରେ ଯଦି ଖେଳିବା ଝୁଙ୍କ ନାହିଁ ତେବେ ସ୍ଥାନ ମିଳିବନି

ରାଂଚୀ: ବିସିସିଆଇ ପରେ ଭାରତୀୟ କ୍ରିକେଟ ଟିମର ଅଧିନାୟକ ରୋହିତ ଶର୍ମା କେତେକ ଖେଳାଳିଙ୍କ ପ୍ରତି ପରୋକ୍ଷରେ ଚେତାବନୀ ଜାରୀ କରିଛନ୍ତି । ଯେଉଁ ଖେଳାଳିର ଟେଷ୍ଟ ଖେଳିବା ଝୁଙ୍କ ମନରେ ନାହିଁ ସେ ଦଳରେ ସ୍ଥାନ ପାଇ ପାରିବ ନାହିଁ । ଇଂଲଣ୍ଡ ବିପକ୍ଷରେ ସିରିଜ ବିଜୟ ହାସଲ କରିବା ପରେ ରୋହିତ ଏହା କହିଛନ୍ତି । ସେ ଏହି ଅବସରରେ ସରଫରାଜ ଖାଁ, ଧ୍ରୁବ ଜୁରେଲ, ଯଶସ୍ୱୀ ଜୈସୱାଲ ଓ ଆକାଶଦୀପଙ୍କ ପରି ଯୁବ ଖେଳାଳିଙ୍କ ପ୍ରଦର୍ଶନକୁ ଭୂୟସୀ ପ୍ରଶଂସା କରିଛନ୍ତି । ରୋହିତଙ୍କ ଚେତାବନୀ ହାର୍ଦ୍ଦିକ ପାଣ୍ଡ୍ୟା ଓ ଈଶାନ କିଶାନଙ୍କ ପ୍ରତି ରହିଥିବା ଅନୁମାନ କରାଯାଉଛି ।

୨୫ ବର୍ଷୀୟ ଈଶାନ ଝାରଖଣ୍ଡ ପକ୍ଷରୁ ରଣଜୀ ଟ୍ରଫି ଖେଳି ନ ଥିବା ବେଳେ ଆଇପିଏଲ ପାଇଁ ହାର୍ଦ୍ଦିକଙ୍କ ସହ ବରୋଦାରେ ଅଭ୍ୟାସ କରୁଥିବା ଦେଖିବାକୁ ମିଳିଥିଲା । ଚଳିତ ଟେଷ୍ଟ ସିରିଜରେ ଯୁବ ଖେଳାଳିମାନେ ନିଜ ଦକ୍ଷତା ପ୍ରତିପାଦିତ କରି ପାରିଛନ୍ତି । ଯଶସ୍ୱୀ ୨ଟି ଟେଷ୍ଟରେ କ୍ରମାଗତ ଦ୍ୱିଶତକ ମାରିଥିବା ବେଳେ ଧ୍ରୁବ ଚତୁର୍ଥ ଟେଷ୍ଟରେ ପ୍ରଭାବୀ ବ୍ୟାଟିଂ ପ୍ରଦର୍ଶନ କରିଥିଲେ ।

Leave A Reply

Your email address will not be published.