Latest Odisha News

BREAKING NEWS

ଦିଲ୍ଲୀ ଭଳି ସ୍ଥାନର ୧୪ ମେଡିକାଲରେ ନାହିଁ ଆଇସିୟୁ: ସିଏଜି ରିପୋର୍ଟରେ ରାଜଧାନୀର ନଗ୍ନଚିତ୍ର

ନୂଆଦିଲ୍ଲୀ: ଜାତୀୟ ରାଜଧାନୀ ଭଳି ସ୍ଥାନରେ ଥିବା ମେଡିକାଲ ମାନଙ୍କରେ ନା ଅଛି ଆଇସିୟୁ, ନା ଶୌଚାଳୟ । ଦିଲ୍ଲୀର ସ୍ୱାସ୍ଥ୍ୟସେବା ଭିତ୍ତିଭୂମି ଉପରେ ନିୟନ୍ତ୍ରକ ଏବଂ ଅଡିଟର ଜେନେରାଲ, ସିଏଜି ରିପୋର୍ଟ କିଛି ଏପରି ନଗ୍ନଚିତ୍ର ଦେଖାଇଛି । ଗତ ଛଅ ବର୍ଷ ମଧ୍ୟରେ କିଭଳି କେଜ୍ରିଓ୍ବାଲ ସରକାର ସ୍ବାସ୍ଥ୍ୟବ୍ୟବସ୍ଥାରେ ହୋଇଥିବା ଆର୍ଥିକ ପରିଚାଳନା ଭୁଲ୍, ଅବହେଳା ଏବଂ ଦାୟିତ୍ୱହୀନତାକୁ ଏବେ ପଦାରେ ପକାଇଛି ଏହି ରିପୋର୍ଟ ।

ତେବେ ଏବେ ଦିଲ୍ଲୀ ବିଧାନସଭାର ପ୍ରଥମ ଅଧିବେଶନ ଚାଲିଥିବା ବେଳେ ଏଥିରେ ୧୪ଟି ବିଚାରଧିନ ସିଏଜି ରିପାର୍ଟ ଉପସ୍ଥାପନା କରିବେ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା । ପୂର୍ବରୁ ଦିଲ୍ଲୀ ମଦ ସ୍କାମକୁ ନେଇ ଗୋଟିଏ ରିପୋର୍ଟ ଗୃହରେ ଉପସ୍ଥାପିତ ହୋଇଥିବା ବେଳେ ଆଜି ଦିଲ୍ଲୀ ସ୍ବାସ୍ଥ୍ୟ ବ୍ୟବସ୍ଥାର ନଗ୍ନ ଚିତ୍ର ଗଜୃହରେ ରଖିଛନ୍ତି ମୁଖ୍ୟମନ୍ତ୍ରୀ । ଉପକରଣ ଏବଂ ସ୍ୱାସ୍ଥ୍ୟସେବା କର୍ମୀଙ୍କ ଅଭାବ, ମୋହଲ୍ଲା କ୍ଲିନିକ୍‌ର ଦୁର୍ବଳ ଭିତ୍ତିଭୂମି ଏବଂ ଜରୁରୀକାଳୀନ ପାଣ୍ଠିର ନିମ୍ନ ବ୍ୟବହାରକୁ ଏଥିରେ ପ୍ରକାଶ କରାଯାଇଛି ।

ରିପୋର୍ଟ ଅନୁଯାୟୀ, ଅନେକ ହସ୍ପିଟାଲରେ ଗୁରୁତ୍ୱପୂର୍ଣ୍ଣ ସେବା ନାହିଁ । ଦିଲ୍ଲୀର ଅନେକ ହସ୍ପିଟାଲ ଗୁରୁତ୍ୱପୂର୍ଣ୍ଣ ଚିକିତ୍ସା ସେବାର ଘୋର ଅଭାବ ରହିଛି । ସହରର ୨୭ଟି ହସ୍ପିଟାଲ ମଧ୍ୟରୁ ୧୪ଟିରେ ଆଇସିୟୁ ସୁବିଧା ନଥିବା ବେଳେ ୧୬ଟି ହସ୍ପିଟାଲରେ ରକ୍ତଭଣ୍ଡାର ନାହିଁ । ଏହା ସହିତ, ୮ଟି ହସ୍ପିଟାଲରେ ଅକ୍ସିଜେନ ଯୋଗାଣ ସମ୍ପୂର୍ଣ୍ଣ ବାଧାପ୍ରାପ୍ତ । ଆଉ ୧୫ଟି ହସ୍ପିଟାଲରେ ଶବଗୃହ ନାହିଁ । ଏମିତିକି ରିପୋର୍ଟରେ ଏହା ବି ଦର୍ଶଯାଇଛି ଯେ, ୧୨ଟି ହସ୍ପିଟାଲ ଆମ୍ବୁଲାନ୍ସ ସେବା ବିନା ହିଁ କାର୍ଯ୍ୟ କରୁଛି ।

ଏଥିସହିତ କେଜ୍ରିଓ୍ବାଲ ସରକାରଙ୍କ ଦ୍ବାରା ନିର୍ମିତ ହୋଇଥିବା ଜରୁରୀକାଳୀନ ମୋହଲ୍ଲା କ୍ଲିନିକ୍ ଏବଂ ଆୟୁଷ ଡିସପେନ୍ସରୀର ଦୁର୍ବଳ ଭିତ୍ତିଭୂମିକୁ ଦେଖାଇଛି । ଅନେକ ମୋହଲ୍ଲା କ୍ଲିନିକ୍‌ରେ ଶୌଚାଳୟ, ପାୱାର ବ୍ୟାକଅପ୍ ଏବଂ ଚେକ୍-ଅପ୍ ଟେବୁଲ ଭଳି ଜରୁରୀ ସୁବିଧାର ଅଭାବ ରହିଛି । ଆଉ ସମାନ ଅବସ୍ଥା ଆୟୁଷ ଡିସପେନ୍ସରୀରେ ମଧ୍ୟ ।

ସେପଟେ ମେଡିକାଲରେ ସ୍ୱାସ୍ଥ୍ୟସେବା କର୍ମୀଙ୍କ ଅଭାବ ମଧ୍ୟ ଦେଖାଦେଇଛି ।  ଦିଲ୍ଲୀ ହସ୍ପିଟାଲଗୁଡ଼ିକରେ, ୨୧ ପ୍ରତିଶତ ନର୍ସଙ୍କ ଅଭାବ, ୩୮ ପ୍ରତିଶତ ପାରାମେଡିକ୍ସଙ୍କ ଅଭାବ ଏବଂ କିଛି ହସ୍ପିଟାଲରେ ୫୦-୯୬ ପ୍ରତିଶତ ପର୍ଯ୍ୟନ୍ତ ଡାକ୍ତର ଏବଂ ନର୍ସଙ୍କ ଅଭାବ ରହିଛି ।

ଆଉ ଏମିତି କିଛି ମେଡିକାଲ ରହିଛି, ଯେଉଁଠି ଅବ୍ୟବସ୍ଥା ହିଁ ଅବ୍ୟବସ୍ଥା, ରାଜୀବ ଗାନ୍ଧୀ ଏବଂ ଜନକପୁରୀ ସୁପର ସ୍ପେଶାଲିଟି ହସ୍ପିଟାଲରେ ଅପରେସନ ଥିଏଟର, ଆଇସିୟୁ ବେଡ୍ ଏବଂ ପ୍ରାଇଭେଟ୍ କୋଠରୀଗୁଡ଼ିକ ଅବ୍ୟବହୃତ ହୋଇ ରହିଥିବା ବେଳେ ଟ୍ରମା ସେଣ୍ଟରଗୁଡ଼ିକରେ ଜରୁରୀକାଳୀନ ଚିକିତ୍ସା ପାଇଁ ବିଶେଷଜ୍ଞ ଡାକ୍ତରଙ୍କ ଅଭାବ ରହିଛି ।

Comments are closed.