Latest Odisha News

ଦୁର୍ଗା ପୂଜା ଭସାଣି; ଡିଜେ ପରେ ଏବେ ଲେଜର୍ ଲାଇଟ୍ ଓ ଫାୟାର୍ ଗନ୍‌ ମନା

କଟକ: ଚଳିତ ଦୁର୍ଗା ପୂଜା ଭସାଣିକୁ ନେଇ କଟକଣା ଜାରି । ପୂର୍ବରୁ ଭସାଣି ସମୟରେ ଡିଜେ ନ ବଜାଇବାକୁ ନିଷ୍ପତ୍ତି ହୋଇଥିବା ବେଳେ ଏବେ ଲେଜର୍ ଲାଇଟ୍ ଓ ଫାୟାର୍ ଗନ୍‌ ଉପରେ କଟକଣା ଲାଗିଛି । ପ୍ରଶାସନ ସହ ଶାନ୍ତି କମିଟି ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି ।

ପୂର୍ବରୁ ହୋଇଥିବା ନିଷ୍ପତ୍ତି ଅନୁଯାୟୀ, କଟକର ପ୍ରସିଦ୍ଧ ଦୁର୍ଗାପୂଜା ଭସାଣିରେ ଡିଜେ ପରିବର୍ତ୍ତେ ପାରମ୍ପାରିକ ବାଦ୍ୟ ବଜାଇବାକୁ ଅନୁମତି ମିଳିଛି । ରାତି ୧୨ଟା ଯାଏ ସାଂସ୍କୃତିକ କାର୍ଯ୍ୟକ୍ରମକୁ ଅନୁମତି ମିଳିଛି । ସୂଚନା ମୁତାବକ ଅକ୍ଟୋବର ୧୪ରେ ଭସାଣି ଶୋଭାଯାତ୍ରା ହେବ ।

ନିଶାମୁକ୍ତ ଭସାଣି ଓ ଡିଜେ ମୁକ୍ତ ରୋଷଣି ଉପରେ ପୁଣି ଗୁରୁତ୍ବ ଦିଆଯାଇଛି । ଆଜି ଅନୁଷ୍ଠିତ ବୈଠକରେ ଜିଲ୍ଲାପାଳ, ମେୟର୍, ବିଧାୟକ ଓ କମିଟି ସଦସ୍ୟ ସାମିଲ ଥିଲେ ।

Comments are closed.