Latest Odisha News

ଓଡ଼ିଶାରେ ହେବନି ମଦ ବ୍ୟାନ୍‌, ସ୍ପଷ୍ଟୀକରଣ ରଖିଲା ଅବକାରୀ ବିଭାଗ

ଭୁବନେଶ୍ୱର: ଓଡ଼ିଶାରେ ମଦ ବିକ୍ରି ବନ୍ଦ ହେବା ନେଇ ସରକାର ଯୋଜନା କରୁଥିବା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ବୁଧବାର ଗଣମାଧ୍ୟମକୁ କହିଥିଲେ । ହେଲେ ଏହାକୁ ଆଜି ଖଣ୍ଡନ କରିଛନ୍ତି ଅବକାରୀ ବିଭାଗର ବରିଷ୍ଠ ଅଧିକାରୀ । ରାଜ୍ୟର ନୂଆ ସରକାରଙ୍କ ଏନେଇ କୌଣସି ଯୋଜନା ନ ଥିବା ସେ ଆଜି କହିଛନ୍ତି ।

ଆସନ୍ତା ଅଗଷ୍ଟ ୧୫ରୁ ଓଡ଼ିଶାରେ ମଦ କାରବାର ନିଷିଦ୍ଧ ହେବ ବୋଲି ନିକଟରେ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ପରେ ଏହାକୁ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଖଣ୍ଡନ କରାଯାଇଥିଲା । ବୁଧବାର ସାମାଜିକ ସୁରକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଙ୍କ ବୟାନକୁ ମଧ୍ୟ ଅବକାରୀ ବିଭାଗ ତରଫରୁ ଖଣ୍ଡନ କରାଯାଇଛି ।

ତେବେ ମଦ ବ୍ୟବସାୟରୁ କୋଟି କୋଟି ଟଙ୍କା ରାଜସ୍ବ ସଂଗ୍ରହ ହେଉଥିବାବେଳେ ଏହା ବନ୍ଦ ହୋଇଗଲେ ରାଜସ୍ବହାନୀର ଆଶଙ୍କା ରହିଛି ।

Leave A Reply

Your email address will not be published.