Latest Odisha News

ମହୋଦଧିରେ ଖୋଲିବନି ମଦ କୁଡିଆ: ପଛ ଘୁଞ୍ଚା ଦେଲେ ସରକାର

ପୁରୀ: ଆଉ ମହୋଦଧିରେ ଖୋଲିବନି ମଦ କୁଡିଆ । ବିରୋଧ ଓ ବିକ୍ଷୋଭ ପରେ ଏବେ ପଛ ଘୁଞ୍ଚା ଦେଇଛନ୍ତି ରାଜ୍ୟ ସରକାର । ଅବକାରୀ ନୀତିରେ ପରିବର୍ତ୍ତନ ଆଣି ପୁରୀ ବେଳା ଭୂମିରେ ମଦ କୁଡିଆ ଖୋଲିବ ନାହିଁ ବୋଲି ନିର୍ଦ୍ଦେଶ ଦେଇଛନ୍ତି । ଏଥିସହିତ ପୁରୀ ପୌରାଞ୍ଚଳରେ ମଧ୍ୟ ମଦ କ୍ୟାବିନ୍‌ ଖୋଲିବାକୁ ବାରଣ କରାଯାଇଛି । ସାମାଜିକ, ଧାର୍ମିକ, ସାଂସ୍କୃତିକ ଦିଗକୁ ଦେଖି ଅବାକାରୀ ନୀତିରେ କିଛି ଏଭଳି ପରିବର୍ତ୍ତନ କରାଯାଇଛି ।

ତେବେ ରାଜ୍ୟ ସରକାରଙ୍କ ନୂଆ ଅବକାରୀ ନୀତିରେ ପୁରୀ ବେଳାଭୂମିରେ ମଦ ବ୍ରିକି ପାଇଁ ଛୋଟ ଛୋଟ କୁଟୀର ଖୋଲିବାପାଇଁ ଯୋଜନା କରିଥିଲେ। ଯାହାକୁ ନେଇ ତ୍ରୀବ ବିରୋଧ ଆରମ୍ଭ ହୋଇଥିଲା। ବିଭିନ୍ନ ସଂଗଠନ ପକ୍ଷରୁ ପୁରୀ ସିଂହଦ୍ବାର ସମ୍ମୁଖରେ ଦୀପ ଦାନ କରି ରାଜ୍ୟ ସରକାରଙ୍କ ନିଷ୍ପତ୍ତିକୁ ବିରୋଧ କରାଯାଇ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ଖାଲି ସେତିକି ନୁହେଁ ବୁଦ୍ଧିଜୀବି, ସେବାୟତ ଓ ଶ୍ରୀଜଗନ୍ନାଥ ସଂସ୍କୃତି ଗବେଷକ ସମସ୍ତେ ମହୋଦଧି ଛାତିରେ ମଦ ବିକ୍ରିକୁ ନିନ୍ଦା କରିଥିଲେ । ଯାହାକୁ ଦୃଷ୍ଟିରେ ରଖି ଅବକାରୀ ନୀତିରେ ପରିବର୍ତ୍ତନ କରିଛନ୍ତି ରାଜ୍ୟ ସରକାର । ଏଥିରେ ଖାଲି ପୁରୀରେ ନୁହେଁ ରାଜ୍ୟର ଅନ୍ୟ ଧର୍ମାନୁଷ୍ଠାନ ଅଞ୍ଚଳରେ ମଧ୍ୟ ମଦ ଦୋକାନ ଖୋଲିବନି  । କୌଣସି ଧାର୍ମିକ ଅନୁଷ୍ଠାନର ୫ କିମି ପରିଧି ମଧ୍ୟରେ ମଦ ଦୋକାନ ରହିବନି ବୋଲି ଏହି ନୀତିରେ ଦର୍ଶାଯାଇଛି ।

ତେବେ ପୂର୍ବ ସରକାର ମଧ୍ୟ ପୁରୀ ବେଳାଭୂମିରେ ମଦ ଦୋକାନ ଖୋଲିବା ପାଇଁ ପ୍ରୟାସ କରିଥିବା ବେଳେ ବିଫଳ ହୋଇଥିଲେ । ଗତବର୍ଷ ଏଭଳି ନୀତି ତତ୍କାଳୀନ ସରକାର ଆପଣାଇବା ପାଇଁ ଚେଷ୍ଟା କରିଥିଲା ବେଳେ ସେତେବେଳେ ଜଗତଗୁରୁ ଶଙ୍କରାଚାର୍ଯ୍ୟ ପ୍ରତିକ୍ରିୟାଶୀଳ ହୋଇ ଦେବୋଭୂମିକୁ ଭୋଗଭୂମି ନକାରାଯାଉ ବୋଲି କହିବା ପରେ ସରକାର ତାଙ୍କ ନିଷ୍ପତ୍ତିରୁ ଓହରି ଯାଇଥିଲେ।

 

Comments are closed.