Latest Odisha News

BREAKING NEWS

ଏହା ମୋର ଶେଷ ନିର୍ବାଚନ, ଭବିଷ୍ୟତରେ ନିର୍ବାଚନ ଲଢିବିନି: ନିରଞ୍ଜନ ପଟ୍ଟନାୟକ

ଭୁବନେଶ୍ୱର: ୨୦୨୪ ନିର୍ବାଚନରେ ଓଡିଶାରେ ବିଜେପିକୁ ବହୁମତ ମିଳିଛି । ଏଥର ବିଜେପି ରାଜ୍ୟରେ ସରକାର ଗଢିବ। ଅନ୍ୟପଟେ ଚଳିତ ଥର ମଧ୍ୟ କଂଗ୍ରେସ ଭଲ ପ୍ରଦର୍ଶନ କରିନାହିଁ। ଏହାରି ଭିତରେ କଂଗ୍ରେସ ପ୍ରାର୍ଥୀ ନିରଞ୍ଜନ ପଟ୍ଟନାୟକ ଭଣ୍ଡାରୀପୋଖରୀରୁ ପରାଜିତ ହେବା ପରେ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ‘ଏହା ମୋର ଶେଷ ନିର୍ବାଚନ, ଭବିଷ୍ୟତରେ ନିର୍ବାଚନ ଲଢିବିନି’।

ପୂର୍ବତନ ପିସିସି ସଭାପତି ତଥା ଭଣ୍ଡାରିପୋଖରୀ ବିଧାୟକ ପ୍ରାର୍ଥୀ ନିରଞ୍ଜନ ପଟ୍ଟନାୟକ ଏକ ପ୍ରେସ ବାର୍ତ୍ତାରେ ପ୍ରକାଶ କରିଛନ୍ତି ଯେ ମୋର ଦୀର୍ଘ ରାଜନୈତିକ ଜୀବନରେ ମୁଁ ପ୍ରଥମରୁ କଂଗ୍ରେସ ସହ ରହି ଆସିଛି । କ୍ଷମତା ବା ସ୍ୱାର୍ଥ ପାଇଁ କେବେ ଦଳ ପରିବର୍ତ୍ତନ କରିବା କଥା ଚିନ୍ତା କରିନାହିଁ। ଭଣ୍ଡାରିପୋଖରୀବାସୀ ମୋତେ ବିଜୟୀ କରିପାରିନଥିଲେବି ଯେଉଁ ସ୍ନେହ-ଶ୍ରଦ୍ଧା ଦେଇଛନ୍ତି, ସେଥିପାଇଁ ମୁଁ ସେମାନଙ୍କ ନିକଟରେ ଋଣୀ। ଏଥର ନିର୍ବାଚନରେ ପ୍ରତିଦ୍ଵନ୍ଦିତା ନ’କରିବାକୁ ଇଛା କରିଥିଲେ ମଧ୍ୟ ଭଣ୍ଡାରିପୋଖରୀବାସୀ ଅନୁରୋଧ କରିବାରୁ ଏ ନିର୍ବାଚନ ଲଢିଥୁଲି । ଭଣ୍ଡାରିପୋଖରୀ ଏକ ସମସ୍ୟା ବହୁଳ ନିର୍ବାଚନ ମଣ୍ଡଳୀ ଏହାର ଅନେକ କ୍ଷେତ୍ରରେ ବିକାଶ ହୋଇ ପାରିନାହିଁ । ବିକାଶ ଦିଗରେ ଚିନ୍ତା କରି ନିର୍ବାଚନ ଲଢିବାକୁ ନିଷ୍ପତ୍ତି ନେଇଥିଲି।

ନିର୍ବାଚନରେ ଜନତାଙ୍କ ରାୟଙ୍କୁ ସମ୍ମାନ ଜଣାଉଛି ଓ ଭବିଷ୍ୟତରେ ଆଉ ଭୋଟ୍ ରାଜନୀତିରେ ଭାଗ ନେବି ନାହିଁ ବୋଲି ସ୍ଥିର କରିଛି । କିନ୍ତୁ ଓଡିଶାବାସୀଙ୍କ ବିକାଶ ପାଇଁ ସବୁ ପ୍ରକାର ଉଦ୍ୟମ କରିବି ବୋଲି କହିଛନ୍ତି ନିରଞ୍ଜନ ପଟ୍ଟନାୟକ। ସେହିପରି ଏଥର ନିର୍ବାଚନରେ ବିଧାୟକ ଭାବେ ନିର୍ବାଚିତ ହୋଇଥିବା ସଞ୍ଜୀବ ବାବୁଙ୍କୁ ମୁଁ ଅଭିନନ୍ଦନ ଜଣାଇବା ସହ ଭଣ୍ଡାରିପୋଖରୀ ନିର୍ବାଚନ ମଣ୍ଡଳୀର ଜନସାଧାରଣଙ୍କ ହିତ ପାଇଁ ଉଦ୍ୟମ କରିବେ ବୋଲି ଆଶା କରୁଛି ବୋଲି କହିଛନ୍ତି ନିରଞ୍ଜନ ପଟ୍ଟନାୟକ।

Leave A Reply

Your email address will not be published.