Latest Odisha News

BREAKING NEWS

ମୁମ୍ବାଇରେ ନୂଆ ବର୍ଷ ସେଲିବ୍ରେସନ୍‌ ମନା

ନୂଆଦିଲ୍ଲୀ: କରୋନାର ଓମିକ୍ରନ୍ ଭାରିଆଣ୍ଟ ପ୍ରସାରକୁ ଦୃଷ୍ଟିରେ ରଖି ବିଏମ୍‌ସି ମୁମ୍ବାଇରେ ନୂତନ ବର୍ଷର ଉତ୍ସବ ପାଳନ ପାଇଁ ଏହାର ନିୟମାବଳୀକୁ ଆହୁରି କଡାକଡି କରିଛି।

ବିଏମସି କମିଶନର ନିର୍ଦ୍ଦେଶ ଦେଇଛନ୍ତି ଯେ ମୁମ୍ବାଇର ଆବଦ୍ଧ କିମ୍ବା ଖୋଲା ସ୍ଥାନରେ କୌଣସି ନୂତନ ବର୍ଷର ପାର୍ଟୀ କିମ୍ବା ଉତ୍ସବକୁ ଅନୁମତି ଦିଆଯିବ ନାହିଁ। ଆଜିଠାରୁ ଏହି ନୂଆ ନିୟମ ଲାଗୁ ହେବ ବୋଲି ସେ କହିଛନ୍ତି।

କୌଣସି ନୂତନ ବର୍ଷର ଉତ୍ସବ କିମ୍ବା କାର୍ଯ୍ୟକ୍ରମ ବା ସମାବେଶ କୌଣସି ବନ୍ଦ କିମ୍ବା ଖୋଲା ସ୍ଥାନରେ ପାଳିବାକୁ ଅନୁମତି ଦିଆଯିବ ନାହିଁ।

ଏହି ନିର୍ଦ୍ଦେଶାବଳୀ ୨୫ ଡିସେମ୍ବରରୁ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ବଳବତ୍ତର ରହିବ। ଏହି ନିୟମ ଉଲ୍ଲଂଘନ କଲେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କୁହାଯାଇଛଇ।

Comments are closed.