Latest Odisha News

BREAKING NEWS

ଭାରତରେ ୨-୩ ସପ୍ତାହରେ ୧୦୦୦ ଛୁଇଁବ ଓମିକ୍ରନ୍ କେସ୍, ଦୁଇ ମାସରେ ୧୦ ଲକ୍ଷ ଟପିଯିବ !

ନୂଆଦିଲ୍ଲୀ: ଦେଶରେ ଓମିକ୍ରନ୍ କେସ୍ ବଢୁଛି । ୧୭ ରାଜ୍ୟରୁ ଚିହ୍ନଟ ହେଲେଣି ୪୧୫ ଆକ୍ରାନ୍ତ । ଆଗାମୀ ୨-୩ ସପ୍ତାହରେ ଓମିକ୍ରନ୍ ସଂକ୍ରମିତଙ୍କ ସଂଖ୍ୟା ହଜାରେ ଛୁଇଁପାରେ । ପରବର୍ତ୍ତୀ ଦୁଇ ମାସରେ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ହୋଇପାରେ । ଏଭଳି ଆଶଙ୍କା କରିଛନ୍ତି କେରଳର କୋଭିଡ୍ ଏକ୍ସପର୍ଟ କମିଟି ସଦସ୍ୟ ଡ. ଟି.ଏସ୍. ଅନୀସ ।

ବର୍ତ୍ତମାନ ବିଶ୍ୱରେ ଓମିକ୍ରନ୍ ଟ୍ରେଣ୍ଡକୁ ଦେଖି ଏଭଳି ପୂର୍ବାନୁମାନ କରିଛନ୍ତି ଡ. ଅନୀସ । ସଂକ୍ରମଣକୁ ରୋକିବାକୁ କଡ଼ ପଦକ୍ଷେପ ନେବା ଉପରେ ସେ ଗୁରୁତ୍ୱାରୋପ କରିଛନ୍ତି । ଏବେ ବିଭିନ୍ନ ରାଜ୍ୟକୁ ଫେରିଲାଣି ନାଇଟ୍ କର୍ଫ୍ୟୁ । ଦେଶରେ ଯେତିକି ସଂକ୍ରମିତ ଚିହ୍ନଟ ହୋଇଛନ୍ତି ସେମାନଙ୍କ ମଧ୍ୟରୁ ଅଧିକାଂଶ କରୋନାର ଦୁଇଟିଯାକ ଟିକା ନେଇଥିଲେ ।

ବିଶେଷଜ୍ଞ ଆକଳନ କରୁଛନ୍ତି, ଡେଲଟା ଅପେକ୍ଷା ଘାତକ ନୁହେଁ ଓମିକ୍ରନ୍ । କିନ୍ତୁ ଅଧିକ ସଂକ୍ରାମକ । କମ୍ ଦିନରେ ଅଧିକରୁ ଅଧିକ ଲୋକଙ୍କୁ ସଂକ୍ରମିତ କରୁଛି । ଯଦିଓ ହସ୍ପିଟାଲାଇଜେସନ୍ ଡେଲଟା ତୁଳନାରେ ବର୍ତ୍ତମାନ କମ୍ ରହିଛି । ଟିକା ଓମିକ୍ରନ୍ ବିରୋଧରେ କେତେ ଫଳପ୍ରଦ ସେନେଇ ଗବେଷଣା ଜାରି ରହିଛି ।

Leave A Reply

Your email address will not be published.