Latest Odisha News

BREAKING NEWS

ଚୀନର‌େ ‌କେହି ଗରିବ ନାହାଁନ୍ତି !

ବେଜିଂ: ଭାରତ, ପାକିସ୍ଥାନ, ଆମେରିକା ଏବଂ ଋଷ ସମେତ ବିଶ୍ୱର ଅନେକ ପ୍ରମୁଖ ଦେଶ ବର୍ତ୍ତମାନ ସମୟରେ କରୋନା ମହାମାରୀର ଶିକାର ହୋଇଛନ୍ତି। ଏଭଳି ସମୟରେ ଚୀନ ଦାବି କରିଛି ଯ‌େ ଦେଶରେ ଆଉ କେହି ଗରିବ ନାର୍ହଁନ୍ତି।

ଏହାପୂର୍ବରୁ ୨୦୧୩ ମସିହାରେ ଚୀନ‌ର‌େ ତିନୋଟି ଜିଲ୍ଲା ମଧ୍ୟରୁ ପ୍ରତ୍ୟେକ ଦାରିଦ୍ର୍ୟତାର ଶିକାର ହୋଇଥିବା ଚୀନ୍ ପକ୍ଷରୁ ଘୋଷଣା କରାଯାଇଥିଲା। ସେହି ସମୟରେ ଚୀନରେ ଏଭଳି ୮୩୨ଟି ଜିଲ୍ଲା ରହିଥିଲା ଯାହା ଭୀଷଣ ଭାବେ ଦାରିଦ୍ର୍ୟତାରେ ପିଡିତ ହୋଇଥିଲା। ଯାହା ଫଳରେ ୮ କୋଟିରୁ ଅଧିକ ଲୋକ ଏହାଦ୍ବାରା ପ୍ରପିଡିତ‌ ହ‌ୋଇଥିଲ‌େ।

ତେବେ ବେଜିଂ ଏବଂ ସାଂଘାଇକୁ ମିଶାଇ କେବଳ ୯ଟି ପ୍ରାନ୍ତରେ ଦାରିଦ୍ର୍ୟତାର ‌କୌଣସି ଚିହ୍ନବର୍ଣ୍ଣ ନଥିଲା।

ପ୍ରାପ୍ତ ସୂଚନା ଅନୁଯାୟୀ, ଚୀନର କମ୍ୟୁନିଷ୍ଟ ପାର୍ଟି ୨୦୧୨ ମସିହାରେ ଏକ ଲକ୍ଷ୍ୟ ସ୍ଥିର କରିଥିଲା ​​ଯେ ୨୦୦ ଶେଷ ସୁଦ୍ଧା ସେମାନେ ନିଜ ଦେଶରେ ଘରୋଇ ଦାରିଦ୍ର୍ୟତାକୁ ସମ୍ପୂର୍ଣ୍ଣ ରୂପେ ଦୂର କରିବେ।

ଯାହା ପରେ ଚୀନ୍ ସମସ୍ତ ପ୍ରକାରର ନୂତନ ନୀତି ଆପଣାଇଥିଲା। ଏହା ପରେ ଚୀନ୍ ଦକ୍ଷିଣ-ପଶ୍ଚିମ କ୍ଷେତ୍ରର ଗୁଇଜୋଉର ୯ଟି ଜିଲ୍ଲାକୁ ଅତ୍ୟନ୍ତ ଗରିବ ଅଞ୍ଚଳ ତାଲିକାରୁ ହଟାଇବା ପରେ ନିଜ ଦେଶରୁ ଦାରିଦ୍ର୍ୟ ଦୂରୀକରଣ ହୋଇଥିବା ନେଇ ଘୋଷଣା କରିଛି।

Comments are closed.