Latest Odisha News

BREAKING NEWS

ନିୟମ ଭାଙ୍ଗି ବିଦେଶୀ ଯୁବତୀଙ୍କ ଜୀବନ ବଂଚାଇଲା ଭାରତୀୟ ହସ୍ପିଟାଲ !

ଠାକୁରପୁର: ଏକ ହୃଦୟସ୍ପର୍ଶୀ ଘଟଣାକୁ ନେଇ ସାମ୍ନାକୁ ଆସିଛି କୋଲକାତାର ଠାକୁରପୁର କ୍ୟାନ୍ସର ହସ୍ପିଟାଲ । ହସ୍ପିଟାଲ ନିମୟ ଭାଙ୍ଗି ବଂଚାଇଲେ ବିଦେଶୀ ଯୁବତୀଙ୍କ ଜୀବନ । ଏହି ଘଟଣା ଯେତିକି ଅନନ୍ୟ, ଡାକ୍ତରଙ୍କ ମହାନତା ସେତିକି ଅବର୍ନନୀୟ ।

ଠାକୁରପୁର କ୍ୟାନ୍ସର୍ ହସ୍ପିଟାଲ ନିୟମ ଅନୁଯାୟୀ ସେଠାରେ କେବଳ କ୍ୟାନ୍ସର ପୀଡିତ ରୋଗୀଙ୍କର ଚିକିତ୍ସା ଏବଂ ଆବଶ୍ୟକ ପଡିଲେ ସର୍ଜରୀ କରାଯାଇଥାଏ । ହେଲେ ବଙ୍ଗଳାଦେଶୀ ମହିଳାଙ୍କୁ କ୍ୟାନ୍ସର ହୋଇନଥିବା ସତ୍ତ୍ୱେ ହସସ୍ପିଟାଲରେ ତାଙ୍କର ଅସ୍ତ୍ରୋପଚାର କରାଯାଇଥିଲା । ହସ୍ପିଟାଲର ବରିଷ୍ଠ ଡାକ୍ତର ଅର୍ନବ ଗୁପ୍ତା କେବଳ ରୋଗୀଙ୍କର ଜୀବନ ବଂଚାଇନଥିଲେ, ବରଂ ସର୍ଜରୀ ପରେ ୫ଲକ୍ଷ ଟଙ୍କା ବଦଳରେ ଫିସ୍ ବାବଦକୁ ମାତ୍ର ୨ହଜାର ୨୭୦ ଟଙ୍କା ଗ୍ରହଣ କରିଥିଲେ ।

ବଙ୍ଗଳାଦେଶ ଖୁଲ୍‌ନାର ୧୯ବର୍ଷୀୟ ଯୁବତୀ ରବୈୟା । ନିଜ ମାଆ ସହ ଝଗଡା ହେବା ପରେ ମାନସିକ ଭାରସାମ୍ୟ ହରାଇ ଏସିଡ୍ ପିଇଦେଇଥିଲେ । ଫଳରେ ତାଙ୍କ ଗଳା ଓ ପେଟର ଅନ୍ତରୀଣ ଭାଗରେ ଗଭୀର କ୍ଷତ ସୃଷ୍ଟି ହୋଇଥିଲା । ସଙ୍କଟାପନ୍ନ ଅବସ୍ଥାରେ ତାଙ୍କୁ ବଙ୍ଗଳାଦେଶରୁ କୋଲକାତାର ଠାକୁରପୁର କ୍ୟାନ୍ସର୍ ହସ୍ପିଟାଲକୁ ସ୍ତାନାନ୍ତରିତ କରାଯାଇଥିଲା ।
ଗୁରୁତର ଅବସ୍ଥାରେ ଥିବା ରବୈୟା ମୁହଁ ଖୋଲିବାକୁ ମଧ୍ୟ ସକ୍ଷମ ହେଉନଥିଲେ । ଅନ୍ୟପଟେ ତାଙ୍କ ମାଆ ନର୍ଗିସଙ୍କ ଆକୁଳ ନିବେଦନ ଆଗରେ ମାନବିକତା ପାଇଁ ସମସ୍ତ ନିୟମ ଭାଙ୍ଗିଥିଲା ଠାକୁରପୁର କ୍ୟାନ୍ସର୍ ହସ୍ପିଟାଲ । ସର୍ଜରୀ ପରେ ରବୈୟାଙ୍କର ସ୍ୱାସ୍ଥ୍ୟାବସ୍ଥା ଠିକ୍ ଥିବା ଜଣାପଡିଛି ।

Leave A Reply

Your email address will not be published.