Latest Odisha News

ରୋହିଙ୍ଗ୍ୟାଙ୍କୁ ଫ୍ଲାଟରେ ରଖିବା ନେଇ ବିବାଦ ଭିତରେ ଗୃହ ମନ୍ତ୍ରାଳୟ ରଖିଲା ସ୍ପଷ୍ଟୀକରଣ

ନୂଆଦିଲ୍ଲୀ: ରୋହିଙ୍ଗ୍ୟାଙ୍କୁ ଫ୍ଲାଟରେ ରହିବାକୁ ସ୍ଥାନ ଦିଆଯିବ। କେନ୍ଦ୍ର ସରକାର ଏପରି ଏକ ନିଷ୍ପତ୍ତି ନେଇଛନ୍ତି ବୋଲି କେନ୍ଦ୍ରମନ୍ତ୍ରୀ ହରଦୀପ ସିଂ ପୁରୀ ଟ୍ୱିଟ୍ କରି କହିଥିଲେ। ଯାହାକୁ ନେଇ ଆମ୍ ଆଦମୀ ପାର୍ଟି, ବିଶ୍ୱ ହିନ୍ଦୁ ପରିଷଦ ଆପତ୍ତି ଉଠାଇଥିଲେ। ବିବାଦ ବଢୁଥିବା ଦେଖି କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଟ୍ୱିଟ୍ କରି ସ୍ପଷ୍ଟୀକରଣ ରଖିଛି।

ଗୃହ ମନ୍ତ୍ରଣାଳୟ ସ୍ପଷ୍ଟୀକରଣ ଦେଇ କହିଛି ନୂଆଦିଲ୍ଲୀର ବକରୱାଲାରେ ବେଆଇନ ରୋହିଙ୍ଗ୍ୟା ପ୍ରବାସୀମାନଙ୍କୁ ଇଡବ୍ଲୁଏସ ଫ୍ଲାଟ ଯୋଗାଇବା ପାଇଁ କୌଣସି ନିର୍ଦ୍ଦେଶ ଦିଆଯାଇ ନାହିଁ।

ବୁଧବାର ଗୃହ ମନ୍ତ୍ରଣାଳୟ କହିଛି ଯେ ରୋହିଙ୍ଗ୍ୟାମାନଙ୍କୁ ଏକ ନୂଆ ସ୍ଥାନକୁ ସ୍ଥାନାନ୍ତର କରିବାକୁ ଦିଲ୍ଲୀ ସରକାର ପ୍ରସ୍ତାବ ଦେଇଛନ୍ତି। ଗୃହ ମନ୍ତ୍ରଣାଳୟ କହିଛି ଯେ ରୋହିଙ୍ଗ୍ୟାମାନେ ବର୍ତ୍ତମାନ ସେହି ସ୍ଥାନରେ ରହିବେ କାରଣ ଏମଇଏ ବା ବୈଦେଶିକ ମନ୍ତ୍ରଣାଳୟ ମାଧ୍ୟମରେ ସମ୍ପୃକ୍ତ ଦେଶ ସହ ବେଆଇନ ବିଦେଶୀମାନଙ୍କୁ ଦେଶରୁ ବିତାଡିତ କରିବା ପ୍ରସଙ୍ଗ ଉଠାଇ ସାରିଛି। ମନ୍ତ୍ରଣାଳୟର ସୂଚନାନୁସାରେ, ବେଆଇନ ଅନୁପ୍ରବେଶକାରୀଙ୍କୁ ଆଇନ ଅନୁଯାୟୀ ଦେଶରୁ ବିତାଡିତ ହେବା ପର୍ଯ୍ୟନ୍ତ ଅସ୍ଥାୟୀ ଶିବିରରେ ରଖାଯିବ।

ଏହାପୂର୍ବରୁ ହାର୍ଦ୍ଦିକ ପୁରୀଙ୍କ ଟ୍ୱିଟରେ ବିଶ୍ୱ ହିନ୍ଦୁ ପରିଷଦର କେନ୍ଦ୍ରୀୟ କାର୍ଯ୍ୟକାରିଣୀ ସଭାପତି ଆଲୋକ କୁମାର ଦିଲ୍ଲୀରେ ରହିବା ପରିବର୍ତ୍ତେ ରୋହିଙ୍ଗ୍ୟାମାନଙ୍କୁ ଭାରତ ବାହାରକୁ ପଠାଇବା ପାଇଁ ବ୍ୟବସ୍ଥା କରିବାକୁ କେନ୍ଦ୍ର ସରକାରଙ୍କୁ ନିବେଦନ କରିଛନ୍ତି।

Comments are closed.