Latest Odisha News

ବନ୍ୟା ପରିଚାଳନାକୁ ନେଇ ରାଜ୍ୟ ସରକାରଙ୍କୁ ଘେରିଲା ବିଜେପି

ଭୁବନେଶ୍ବର: ରାଜ୍ଯ ସରକାର ବନ୍ୟା ଆସୁଥିବାର ସ୍ବୀକାର କରିଛନ୍ତି। ଏସଆରସିଙ୍କ ସୁଚନା ଅନୁସାରେ ୧୦ଟି ଜିଲ୍ଲା ପ୍ରଭାବିତ ହୋଇଛି  ।ତଳିଆ ଅଞ୍ଚଳରେ ଘାଇ ସୃଷ୍ଟିହୋଇ ୩୦୦ରୁ ଉର୍ଦ୍ଧ ଗାଁ ବାହ୍ଯଜଗତରୁ ବିଚ୍ଛିନ୍ନ ହୋଇଛି  ।

ଏହିଭଳି ସ୍ଥିତିରେ ବନ୍ଯା ଅଞ୍ଚଳର ଳୋକମାନଙ୍କ ଦୁଖଃ ସୁଖରେ ଛିଡା ହେବା ପାଇଁ ସମସ୍ତ ବିଜେପି କର୍ମୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ବିଜେପି ସଭାପତି ସମିର ମହାନ୍ତି । ତାସହ ଓଡିଶାର ଯୁବ ସମାଜଙ୍କୁ ବନ୍ଯା ବିପନ୍ନ ଲୋକଙ୍କୁ ସହଯୋଗ କରିବାକୁ ଅନୁରୋଧ କରିଛନ୍ତି ରାଜ୍ଯ ବିଜେପି ସଭାପତି।

ସରକାରଙ୍କ ଅବହେଳା ପାଇଁ  ନଦୀ ବନ୍ଧ ଗୁଡିକ ଅସୁରକ୍ଷିତ ହୋଇଥିବାର ଅଭିଯୋଗ ଆଣିଛନ୍ତି ରାଜ୍ଯ ବିଜେପି ସଭାପତି ସମିର ମହାନ୍ତି । ନଦୀ ବନ୍ଧ ଗୁଡିକ ସୁରକ୍ଷିତ ରଖିବାର ଦାଇତ୍ବ ସରକାରଙ୍କର  । କିନ୍ତୁ ୩ବର୍ଷ ହେବ ନଦୀ ବନ୍ଧ ଗୁଡିକ ସୁରକ୍ଷା ପାଇଁ ଗୋଟିଏବି ସମିକ୍ଷା ହୋଇନାହିଁ  । ନଦୀ ବନ୍ଧ ମରାମତି ନାଁରେ ଲକ୍ଷ ଲକ୍ଷ ଟଙ୍କାର ବିଲ କରାଯାଇ ଦୁର୍ନୀତି ହୋଇଛି । ଏଭଳି  ଦୁର୍ନୀତି  ପାଇଁ ଯନ୍ତ୍ରୀ ମାନଙ୍କ ଘରୁ କୋଟିକୋଟି ଟଙ୍କା  ବାହାରୁଛି  ।

ଏହା ସହ ୨୨ ବର୍ଷ ହେବ ମହାନଦୀକର ସୁରକ୍ଷା ନାରେ  ରାଜ୍ଯ ସରକାର ଅନେକ ଆନ୍ଦୋଳନ କରି ରାଜନୀତି କରିଛନ୍ତି  । ୧୯୬୨ ମସିହା ରେ ହୀରାକୁଦର ଜଳ ପରିଚାଳନା ପାଇଁ ରୁଲ୍ କର୍ଭ ବ୍ଯବସ୍ଥା କରାଯଇଥିଲା  ଯାହା ୧୯୮୪ ମସିହା ରେ  ସଂଶୋଧନ ହୋଇଥିଲା  । ହେଲେ ୩୮ ବର୍ଷ ହୋଇଯାଇଥିଲେ ବି ହୀରାକୁଦର ଜଳ ପରିଚାଳନା ପାଇଁ ରୁଲ୍ କର୍ଭ ବ୍ଯବସ୍ଥାର କୌଣସି ପରିବର୍ତ୍ତନ ହୋଇନାହିଁ  । ଯାହା ଫଳରେ ହୀରାକୁ୍ଦର ଜଳ ସଂରକ୍ଷଣ କ୍ଷମତା , କେତେ ପଟ୍ଟୁ ଜମୁଛି , କେତେ ଜଳ ଉପଯୋଗ ହୋଇପାରୁଛି ଏହାର ତାଲିକା ରାଜ୍ୟ ସରକାରଙ୍କ ପାଖରେ ନାହିଁ  ।କେବଳ  ନୋଟିସ ଓ ପ୍ରଚାର ପ୍ରସାର ନକରି କିପରି ବନ୍ଯା ସମସ୍ଯାର ସମାଧାନ ହେ ଲୋକଙ୍କୁ  ଉଦ୍ଧାର କରାଯିବ ସେଥିପାଇଁ ସରକାର ଦୃଷ୍ଟି ଦେବାକୁ ପ୍ରେସମିଟ କରି ରାଜ୍ଯ ବିଜେପି ସଭାପତି ସମିର ମହାନ୍ତି କହିଛନ୍ତି  ।

 

Leave A Reply

Your email address will not be published.