Latest Odisha News

BREAKING NEWS

ତିନି ଦିନ କାଚିବ ବର୍ଷା, ଚତୁର୍ଥ ଦିନ ଟିକେ ଦୁର୍ବଳ ହେବ

ଭୁବନେଶ୍ୱର: ଆସନ୍ତାକାଲିଠୁ ବର୍ଷା ଆରମ୍ଭ ହେବ ଏବଂ ୧୯ ଓ ୨୦ ଦୁଇ ଦିନ ସାରା ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ। ପାଣିପାଗର ଏହି ଆକଳନ ଏଯାବତ ସଠିକ ରହିଛି।

ସଦ୍ୟ ପାଣିପାଗ ରିପୋର୍ଟ ଅନୁଯାୟୀ ଦକ୍ଷିଣ ମିଆଁମାର ଏବଂ ପାର୍ଶ୍ଵବର୍ତ୍ତୀ ଅଞ୍ଚଳ ଉପରେ ବାୟୁମଣ୍ଡଳରେ ୫.୮କିଲୋମିଟର ଯାଏଁ ଗୋଟିଏ ଘୁର୍ଣ୍ଣି ବଳୟ ସକ୍ରିୟ ରହିଛି। ଅଗଷ୍ଟ ୧୯ରେ ଉତ୍ତର ବଙ୍ଗୋପସାଗର ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ଆସନ୍ତାକାଲିଠୁ ରାଜ୍ୟରେ ବର୍ଷା ହେବ। ୧୯ରେ ପ୍ରବଳ ବର୍ଷା ହେବ। ୨୦ରେ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା ରହିବ। ମୁଖ୍ୟତଃ ଉପକୂଳରେ ବର୍ଷା ଜାରି ରହିବ ବୋଲି ଆକଳନ ହୋଇଛି। ଆଉ ୨୧ ବେଳକୁ ବର୍ଷା କମିଯିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି। ବର୍ଷା ନେଇ ୨୦ ଜିଲ୍ଲାକୁ ସତର୍କ ସୂଚନା ଜାରି କରିଛି ।

ଉଲ୍ଲେଖଯୋଗ୍ୟ, ହୀରାକୁଦରୁ ୪୦ଟି ଗେଟ୍ ଦେଇ ପାଣି ଆସୁଛି। କଟକ ମୁଣ୍ଡୁଳୀରେ ଏହି ପାଣି ଆସନ୍ତାକାଲି ପହଞ୍ଚିବ। ଏହି ସମୟରେ ଖୋର୍ଦ୍ଧା, ପୁରୀ, ଜଗତସିଂହୁପର, କେନ୍ଦ୍ରାପଡା, ଯାଜପୁର ଏବଂ କଟକ ଜିଲ୍ଲା ବନ୍ୟାରେ ପ୍ରବାହିତ ହେବ। ଏହି ସମୟରେ ପାଣିପାଗ କେନ୍ଦ୍ରର ଆକଳନ ଅନୁଯାୟୀ ବର୍ଷା ମଧ୍ୟ ହେବ। ତେଣୁ ନଦୀରେ ପାଣି ଆହୁରି ବଢିବ। ଯାହାକି ଉଭୟ ସାଧାରଣ ଲୋକ ଏବଂ ପ୍ରଶାସନ ପାଇଁ ଚିନ୍ତାର କାରଣ ପାଲଟିଛି।

ଏସଆରସି ପ୍ରଦୀପ ଜେନାଙ୍କ ରିପୋର୍ଟ ଅନୁୟାୟୀ ଏଯାବତ ଏହି ସବୁ ଜିଲ୍ଲାରେ ମୋଟ୍ ୪ଟି ଘାଇ ସୃଷ୍ଟି ହୋଇଛି। ପାଣି ଅଧିକ ବଢିବାରୁ ବିଭିନ୍ନ ସ୍ଥାନରେ ଲୋକେ ହନ୍ତସନ୍ତ ହେଉଛନ୍ତି। ଏପରି ସ୍ଥିତିରେ ଆଉ ଏକ ଲଘୁଚାପ ଜନିତ ବର୍ଷା ଲୋକଙ୍କୁ ଅନେକ ଅଡୁଆରେ ପକାଇବାକୁ ଯାଉଛି। ତେବେ ଆଗାମୀ ବର୍ଷାରେ ବ୍ରାହ୍ମଣୀ ଏବଂ ବୈତରଣୀ ନଦୀ ଫୁଲିବ ବୋଲି ସୂଚନା ରହିଛି। ଏହା ପୂର୍ବରୁ ପ୍ରଶାସନ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିଥିବା ସୂଚନା ରହିଛି।

Leave A Reply

Your email address will not be published.