Latest Odisha News

BREAKING NEWS

ଓଡ଼ିଶାରେ ମେଟ୍ରୋ ପ୍ରକଳ୍ପ ନେଇ କେନ୍ଦ୍ରକୁ କୌଣସି ପ୍ରସ୍ତାବ ଯାଇନାହିଁ: ମନ୍ତ୍ରୀ

ଭୁବନେଶ୍ୱର: ଓଡିଶାରେ ମେଟ୍ରୋ ଚଳାଚଳକୁ ନେଇ ନୂଆ ତଥ୍ୟ ସାମ୍ନାକୁ ଆସିଛି । ସଂସଦରେ ଆଜି ମନ୍ତ୍ରୀ ଉତ୍ତର ରଖି କହିଛନ୍ତି ଯେ, ଓଡ଼ିଶାରେ ମେଟ୍ରୋ ପ୍ରକଳ୍ପ ନେଇ କେନ୍ଦ୍ରକୁ କୌଣସି ପ୍ରସ୍ତାବ ଯାଇନାହିଁ । କେନ୍ଦ୍ର ସରକାରଙ୍କ ପାଖକୁ ୧୭ଟି ପ୍ରସ୍ତାବ ବିଭିନ୍ନ ରାଜ୍ୟରୁ ଆସିଛି । ପ୍ରକଳ୍ପ ପାଇଁ କେନ୍ଦ୍ର ସରକାର ମଧ୍ୟ ଅନୁଦାନ ଦେଇଛନ୍ତି । ହେଲେ ଏହି ପ୍ରସ୍ତାବ ଗୁଡିକ ମଧ୍ୟରେ ଓଡ଼ିଶାରେ ମେଟ୍ରୋ ପ୍ରକଳ୍ପ ନେଇ କୌଣସି ପ୍ରସ୍ତାବ ନାହିଁ ।

ତେବେ ଗତ ୧୬ ତାରିଖରେ ମେଟ୍ରୋ ପ୍ରକଳ୍ପ ନେଇ ଉପ ମୁଖ୍ୟମନ୍ତ୍ରୀ କେ.ଭି ସିଂ ଦେଓଙ୍କ ଅଧ୍ୟକ୍ଷତାରେ ବସିଥିଲା ମନ୍ତ୍ରୀ ସ୍ତରୀୟ ବୈଠକ । ଏହି ବୈଠକରେ ଶିଳ୍ପ ଓ ଦକ୍ଷତା ବିକାଶ ମନ୍ତ୍ରୀ ସମ୍ପଦ ସ୍ବାଇଁ, ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ସଚିବ ଶାଶ୍ବତ ମିଶ୍ର, ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ପ୍ରମୁଖ ଶାସନ ସଚିବ ଉଷା ପାଢ଼ୀଙ୍କ ସମେତ ଅନ୍ୟ ବରିଷ୍ଠ ଅଧିକାରୀ ଗଣ ଉପସ୍ଥିତ ଥିଲେ ।

ବୈଠକରେ ନୂଆ ଢାଞ୍ଚାରେ ମେଟ୍ରୋ ପ୍ରକଳ୍ପ ନେଇ ଆଲୋଚନା ହୋଇଥିଲା । ମେଟ୍ରୋ ରେଳ ପ୍ରକଳ୍ପ’ ଗମନାଗମନ ସେବାରେ କିଭଳି ନୂତନ ରୂପାନ୍ତରଣ ଆଣିବ ଓ ଏହି ମହତ୍ୱାକାଂକ୍ଷୀ ପ୍ରକଳ୍ପଟି ସମ୍ପୂର୍ଣ୍ଣ ଭାବରେ ସଫଳ ରୂପରେ କାର୍ଯ୍ୟାନ୍ବିତ କରିବା ପାଇଁ ବିଭିନ୍ନ ବିଭାଗ ମଧ୍ୟରେ କିପରି ସ୍ଥାୟୀ ସମନ୍ୱୟ ହେବ, ତାହା ଉପରେ ବିସ୍ତୃତ ଭାବେ ଆଲୋଚନା କରାଯାଇଥିଲା ।

Comments are closed.