Latest Odisha News

BREAKING NEWS

ନିଷ୍ପତ୍ତି ବଦଳାଇଲା ବ୍ରିଟେନ୍: କୋଭିସିଲ୍ଟର ୨ଟି ଡୋଜ୍ ନେଇଥିବା ଭାରତୀୟଙ୍କୁ କ୍ୱାରେଣ୍ଟିନ୍ ମନା

ନୂଆଦିଲ୍ଲୀ: ଭାରତର କଠୋର ଆଭିମୁଖ୍ୟ ପରେ ନରମ ପଡ଼ିଲା ବ୍ରିଟେନ୍ । ଏଣିକି କୋଭିସିଲ୍ଡ ଟିକାର ଦୁଇଟି ଡୋଜ୍ କିମ୍ବା ବ୍ରିଟେନ ମଞ୍ଜୁର କରିଥିବା ଟିକା ନେଇଥିବା ଭାରତୀୟଙ୍କୁ ବ୍ରିଟେନରେ କ୍ୱାରେଣ୍ଟିନରେ ରହିବାକୁ ପଡ଼ିବ ନାହିଁ । ଆସନ୍ତା ସୋମବାରରୁ ଏହି ନିୟମ ଲାଗୁ ହେବ । ଭାରତରେ ଅବସ୍ଥାପିତ ବ୍ରିଟେନ ରାଷ୍ଟ୍ରଦୂତ ଏହି ସୂଚନା ଦେଇଛନ୍ତି ।

ପୂର୍ବରୁ କୋଭିସିଲ୍ଡ ଟିକା ନେଇଥିବା ଭାରତୀୟଙ୍କ ପାଇଁ ବ୍ରିଟେନରେ କ୍ୱାରେଣ୍ଟିନ୍ ନିୟମକୁ ବାଧ୍ୟତାମୂଳକ କରାଯାଇଥିଲା । ଯାହାକୁ ନେଇ ଦେଖାଦେଇଥିଲା ବିବାଦ । ଏହାପରେ ଭାରତ ସରକାର କଡ଼ା ଆଭିମୁଖ୍ୟ ଗ୍ରହଣ କରିଥିଲେ । ଭାରତ ଆସୁଥିବା ବ୍ରିଟେନ୍ ନାଗରିକଙ୍କ ପାଇଁ ୭୨ ଘଣ୍ଟା ପୂର୍ବରୁ କୋଭିଡ୍ ଜଞ-ଚଉଜ ଟେଷ୍ଟ ବାଧ୍ୟତାମୂଳକ କରାଯାଇଥିଲା । ଟିକା ନେଇଥିଲେ ବି ୧୦ ଦିନିଆ କ୍ୱାରେଣ୍ଟିନ୍ ନିୟମ କରିଥିଲେ ସରକାର ।

ଭାରତର କଡ଼ା ପ୍ରତିକ୍ରିୟା ପରେ ଏବେ ନିଷ୍ପତ୍ତି ବଦଳାଇଛି ବ୍ରିଟେନ୍ । ଆସନ୍ତା ୧୧ ତାରିଖରୁ କୋଭିସିଲ୍ଡ କିମ୍ବା ବ୍ରେଟନ୍ ମାନ୍ୟତାପ୍ରାପ୍ତ ଯେକୌଣସି ଟିକାର ଦୁଇଟି ଡୋଜ୍ ନେଇଥିଲେ କ୍ୱାରେଣ୍ଟିନରେ ରହିବାକୁ ପଡ଼ିବନି । ଏଥିସହ ଦୁଇ ଦେଶ ମଧ୍ୟରେ କ୍ୱାରେଣ୍ଟିନ୍ ବିବାଦର ଅନ୍ତ ହୋଇଛି ।

Leave A Reply

Your email address will not be published.