Latest Odisha News

BREAKING NEWS

ଆର୍ୟନଙ୍କୁ ଜେଲ୍ ନା ବେଲ୍ ? ଆଜି ଆସିବ ଫୈସଲା

ମୁମ୍ବାଇ: କ୍ରୁଜ୍ ଡ୍ରଗ୍ସ କେସରେ ଗିରଫ ଜୁନିଅର କିଙ୍ଗ ଖାନଙ୍କର କଣ ହେବ ? ଜେଲ୍ ଯିବେ ନା ବେଲରେ ମନ୍ନତ ଫେରିବେ ? ଆର୍ୟନ ଖାନଙ୍କ ଜାମିନ ଆବେଦନର ଆଜି ଶୁଣାଣି ରହିଛି । ଦିନ ୧୧ଟାରେ ଉଭୟ ପକ୍ଷ ନିଜ ନିଜ ଦସ୍ତାବିତ ଉପସ୍ଥାପନ କରିବେ । ଏହାପରେ ଜାମିନ ଆବେଦନ ଉପରେ ରାୟ ପ୍ରକାଶ କରିବେ ମୁମ୍ବାଇ ମେଟ୍ରୋପଲିଟାନ୍ କୋର୍ଟ ।

ଗତକାଲି ଏନସିବି ହେଡ୍ କ୍ୱାର୍ଟର୍ସରେ ରାତି କାଟିଥିଲେ ଆର୍ୟନ୍ ଖାନ୍ ଓ ଅନ୍ୟ ୭ ଅଭିଯୁକ୍ତ । ଗତକାଲି ସେମାନଙ୍କର ରିମାଣ୍ଡ ଅବଧି ଶେଷ ହୋଇଥିଲା । ଏହାପରେ ଅଭିଯୁକ୍ତଙ୍କୁ କୋର୍ଟରେ ହାଜର କରିଥିଲା ଏନସିବି । ୧୧ ଯାଏ ରିମାଣ୍ଡରେ ନେବାକୁ ଅପିଲ ହୋଇଥିଲେ ବି କୋର୍ଟ ଅନୁମତି ଦେଇ ନଥିଲେ । ଫଳରେ ସେମାନଙ୍କୁ ବିଚାରବିଭାଗୀୟ ହାଜତକୁ ପଠାଇ ଦିଆଯାଇଥିଲା ।

ମୁମ୍ବାଇ କ୍ରୁଜ୍ ଡ୍ରଗ୍ସ କେସରେ ଏଯାଏ ୧୭ ଜଣଙ୍କୁ ଗିରଫ କରାଯାଇଛି । ଏମାନଙ୍କ ଭିତରେ ଜଣେ ବିଦେଶୀ ନାଗରିକ ବି ଅଛନ୍ତି । ସେହିପରି ରାଉରକେଲାର ଦୁଇ ଜଣ ଓଡ଼ିଆ ମନୀଷ ରାଜଗରିଆ ଓ ଅଭିନ୍ ଦିନନାଥ ସାହୁଙ୍କୁ ବି ଗିରଫ କରି ହେପାଜତରେ ନେଇଛି ଏନସିବି ।

Leave A Reply

Your email address will not be published.