Latest Odisha News

BREAKING NEWS

ଦିଆସିଲି କାଠିରେ ଯୁଦ୍ଧ ବିମାନ ନିର୍ମାଣ

ପୁରୀ: ଆଜି ଦେଶ ପାଳୁଛି ନ୍ୟାସନାଲ୍ ଏୟାର ଫୋର୍ସ ଡେ । ଏହି ଅବସରରେ ପୁରୀର ଜଣେ ଯୁବ ଶିଳ୍ପୀ ଶାଶ୍ୱତ ରଞ୍ଜନ ସାହୁ ଦିଆସିଲି କାଠିରେ ନିର୍ମାଣ କରିଛନ୍ତି ବାୟୁସେନା ଯୁଦ୍ଧ ବିମାନ । ନିଆରା ଢଙ୍ଗରେ ବାୟୁସେନା ଦିବସ ପାଳନର ବାର୍ତ୍ତା ଦେଇଛନ୍ତି ।

ଶାଶ୍ୱତ ୧୩ଶହ ୬୦ଟି ଡିଆସିଲି କାଠିରେ ଭାରତର ପ୍ରଥମ ତଥା ସ୍ୱାଧୀନତା ପୂର୍ବରୁ ପ୍ରତିଷ୍ଠା ହୋଇଥିବା ରୟାଲ ଇଣ୍ଡିଆନ ଏୟାର ଫୋର୍ସର ଏକ ନମ୍ବର ସ୍କ୍ୱାର୍ଡନରେ ଥିବା ପ୍ରଥମ ଯୁଦ୍ଧ ବିମାନ ଓ୍ୱେଷ୍ଟଲ୍ୟାଣ୍ଡ ଓ୍ୱାପିତିର ପ୍ରତିକୃତି ନିର୍ମାଣ କରିଛନ୍ତି ।

ଦିଆସିଲି କାଠିରେ ନିର୍ମିତ ଏହି କଳାକୃତି ବେଶ ଆକର୍ଷଣୀୟ ଓ ମନୋମୁଗ୍ଦକର ହୋଇଛି । ଏହି ବିମାନର ୩୩ ଇଞ୍ଚ ଏବଂ ଓସାର ୪୦ ଇଞ୍ଚ । ଏହାକୁ ନିର୍ମାଣ କରିବାକୁ ଶାଶ୍ୱତଙ୍କୁ ପାଞ୍ଚ ଦିନ ଲାଗିଥିଲା । ଦିଆସିଲି କାଠି ଓ ଅଠା ସାହାଯ୍ୟରେ ଏତେ ସୁନ୍ଦର କଳାକୃତି ନିର୍ମାଣ କରି ବାୟୁସେନା ଦିବସରେ ନିଆରା ବାର୍ତ୍ତି ଦେଇଛନ୍ତି ଶାଶ୍ୱତ ।
ଦେଶର ସୁରକ୍ଷାରେ ବାୟୁସେନାର ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ରହିଛି । ସ୍ୱାଧୀନତା ପୂର୍ବରୁ ଭାରତୀୟ ବାୟୁସେନାକୁ ରୟାଲ୍ ଇଣ୍ଡିଆନ୍ ଏୟାରଫୋର୍ସ ବୋଲି କୁହାଯାଉଥିଲା । ଆମେରିକା, ରୁଷ ଓ ଚୀନ ପରେ ବିଶ୍ୱର ଚତୁର୍ଥ ବୃହତ ବାୟୁସେନା ହେଉଛି ଭାରତର । ବିଭିନ୍ନ ଯୁଦ୍ଧ ପରିସ୍ଥିତିରେ ନିଜ ପରାକାଷ୍ଠା ଦେଖାଇଛି ଭାରତୀୟ ବାୟୁସେନା । 

Leave A Reply

Your email address will not be published.