Latest Odisha News

BREAKING NEWS

ପୁରୀ ବ୍ୟତୀତ ଅନ୍ୟ ସ୍ଥାନରେ ରଥଯାତ୍ରାକୁ ନା, ପିଟିସନ୍ ଖାରଜ କଲେ ହାଇକୋର୍ଟ

କଟକ: ରାଜ୍ୟରେ କେବଳ ପୁରୀରେ ମହାପ୍ରଭୁଙ୍କ ରଥଯାତ୍ରା ହେବ । ରାଜ୍ୟର ଅନ୍ୟ କୌଣସି ସ୍ଥାନରେ ରଥଯାତ୍ରା ହୋଇ ପାରିବ ନାହିଁ । ଅନ୍ୟ ସ୍ଥାନରେ ରଥଯାତ୍ରା ନେଇ ଦାୟର ପିଟିସନକୁ ଖାରଜ କରିଛନ୍ତି ଓଡ଼ିଶା ହାଇକୋର୍ଟ । ହସ୍ତକ୍ଷେପ କରିବାକୁ ମନା କରିଛନ୍ତି । କେନ୍ଦ୍ରାପଡ଼ା ବଳଦେବଜୀଉ ପୂଜକଙ୍କ ସମେତ ୫ଟି ପିଟିସନ୍ ହାଇକୋର୍ଟରେ ଦାୟର ହୋଇଥିଲା । ଆବେଦନକାରୀ କରୋନା କଟକଣା ଭିତରେ ରଥଯାତ୍ରା ନେଇ ଅନୁମତି ଦେବାକୁ ଦର୍ଶାଇଥିଲେ ।

ମାମଲାର ଶୁଣାଣି କରି କୋର୍ଟ କହିଛନ୍ତି, ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶନାମା ଅନୁସାରେ କେବଳ ପୁରୀରେ ରଥଯାତ୍ରା ହେବ । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଏବର୍ଷ କେବଳ ପୁରୀର ବିନା ଭକ୍ତରେ ରଥଯାତ୍ରା ପାଇଁ ଅନୁମତି ଦିଆଯାଇଛି । କରୋନା କଟକଣା ଭିତରେ ସମସ୍ତ ଆୟୋଜନ ହେବ ।

କୋଭିଡ୍ ନେଗେଟିଭ୍ ରିପୋର୍ଟ ଥିବା ସେବାୟତ, ପୋଲିସ କର୍ମଚାରୀ ଓ ଶ୍ରୀମନ୍ଦିର ପ୍ରଶାସନ କର୍ମକର୍ତ୍ତାଙ୍କୁ ନେଇ ରଥଯାତ୍ରାକୁ ଅନୁମତି ମିଳିଛି । ଏହାପରେ ଅନ୍ୟ କିଛି ପ୍ରମୁଖ କ୍ଷେତ୍ରରେ ରଥଯାତ୍ରା ଆୟୋଜନକୁ ଅନୁମତି ଦେବା ପାଇଁ ହାଇକୋର୍ଟରେ ପିଟିସନ୍ ଦାଖଲ ହୋଇଥିଲା ।

Leave A Reply

Your email address will not be published.