Latest Odisha News

ନିଟ୍ ପୁନର୍ବାର ପରୀକ୍ଷାରେ ସୁପ୍ରିମକୋର୍ଟଙ୍କ ରାୟ: କିଛି ଏମିତି କହିଲେ ଶିକ୍ଷା ମନ୍ତ୍ରୀ…

ନୂଆଦିଲ୍ଲୀ: ଶୁକ୍ରବାର ନିଟ୍ ପୁନଃ ପରୀକ୍ଷା ନେଇ ଶୁଣାଣି କରିଛନ୍ତି ସୁପ୍ରିମକୋର୍ଟ । ଏହା ପୂରା ଶିକ୍ଷା ବ୍ୟବସ୍ଥାର ଭୁଲ୍ ନୁହେଁ । ପ୍ରଶ୍ନପତ୍ର ଲିକ୍ ବଡଧରଣର ହୋଇନଥିବା କହି, ଏହା କେବଳ ପାଟନା ଓ ହଜାରୀବାଗରେ ଲିକ୍‌ ହୋଇଛି ବୋଲି କହିଛନ୍ତି କୋର୍ଟ । ଏହାସହିତ ପୁନଃ- ପରୀକ୍ଷା ପାଇଁ ଦିଆଯାଇଥିବା ଆବେଦନକୁ ମଧ୍ୟ ଖାରଜ କରିଛନ୍ତି ସୁପ୍ରିମକୋର୍ଟ । ଅନ୍ୟପକ୍ଷରେ ପରୀକ୍ଷା ବ୍ୟବସ୍ଥାକୁ ଆହୁରି ସୁଦୃଢ କରିବା ସହିତ ପେପର ଲିକକୁ ରୋକିବା ପାଇଁ ଷ୍ଟୋରେଜ୍ ବ୍ୟବସ୍ଥାର ଏସଓପି ତିଆରି କରିବା ପାଇଁ ସରକାର ଓ ଏନଟିଏକୁ ପରାମର୍ଶ ଦେଇଛନ୍ତି ।

ଯାହାକୁ ନେଇ ନିଜର ମନ୍ତବ୍ୟ ରଖିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏନେଇ ନିଜର ଏକ୍ସ ହ୍ୟାଣ୍ଡେଲରେ ସୁପ୍ରିମକୋର୍ଟଙ୍କୁ ଧନ୍ୟବାଦ ଜଣାଇବା ସହ ଧର୍ମେନ୍ଦ୍ର କହିଛନ୍ତି, ‘ସତ୍ୟ ନାମକ ସୂର୍ଯ୍ୟକୁ ମିଥ୍ୟାର ବାଦଲ କିଛି ସମୟ ପାଇଁ ଲୁଚାଇପାରିବ, ହେଲେ ସତ୍ୟର ହିଁ ସର୍ବଦା ବିଜୟ ହୋଇଥାଏ ।’

ଏହାସହିତ ସେ ଆହୁରି ବି କହିଛନ୍ତି, ନିଟ୍ ପରୀକ୍ଷାରେ କୌଣସି ବ୍ୟବସ୍ଥାର ଉଲ୍ଲଂଘନ ହୋଇନଥିବାରୁ ସୁପ୍ରିମକୋର୍ଟ ପୁନଃ ପରୀକ୍ଷା କରିବାକୁ ବାତିଲ କରିଛନ୍ତି । ସରକାର ସବୁବେଳେ ଟ୍ୟାମ୍ପର୍ ମୁକ୍ତ, ସ୍ୱଚ୍ଛ ଏବଂ ତ୍ରୁଟିବିହୀନ ପରୀକ୍ଷା ପ୍ରଣାଳୀ ପାଇଁ ପ୍ରତିବଦ୍ଧ । ଏଥିପାଇଁ ମଧ୍ୟ ଆମେ ଉଚ୍ଚସ୍ତରୀୟ ବିଶେଷଜ୍ଞ କମିଟିର ସୁପାରିଶ ଲୋଡିଛୁ । ଯାହା କାର୍ଯ୍ୟକାରୀ ହେବା ପରେ ଏହାକୁ ଆମେ ପରୀକ୍ଷା ବ୍ୟବସ୍ଥା ଉପରେ ଶୀଘ୍ର କାର୍ଯ୍ୟକାରୀ କରିବୁ । ତେବେ ପରୀକ୍ଷା ପ୍ରଶ୍ନ ପତ୍ର ଲିକକୁ ନେଇ ଯେଉଁ ଅପପ୍ରଚାର ହେଉଥିଲା ତାହାକୁ ସୁପ୍ରିମକୋର୍ଟ ପ୍ରତ୍ୟାଖ୍ୟାନ କରିଛନ୍ତି । ଏଥିପାଇଁ ଆମେ ତାଙ୍କୁ କୃତଜ୍ଞତା ଜଣାଉଛୁ କି ଯେ ଲକ୍ଷ ଲକ୍ଷ ପରିଶ୍ରମୀ ଛାତ୍ରଙ୍କ ସ୍ୱାର୍ଥ ରକ୍ଷାକୁ ଦୃଷ୍ଟିରେ ରଖି ସେ ଯେଉଁ ନିଷ୍ପତ୍ତି ନେଇଛନ୍ତି ତାହା ଗ୍ରହଣଯୋଗ୍ୟ । ଏଥିସହିତ ତାଙ୍କର ଶୁଣାଣିଙ୍କୁ ଆମେ କାର୍ଯ୍ୟରେ ନିହାତି ଲଗାଇବୁ ।

Comments are closed.