ନୂଆଦିଲ୍ଲୀ: ସୁପ୍ରିମକୋର୍ଟରେ ହୋଇପାରିଲାନି ତୁରନ୍ତ ଶୁଣାଣି ଜେଲରେ ରହିବେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ଦିଲ୍ଲୀର ମଦ ଦୁର୍ନୀତି ମାମଲାରେ ଆଜି ସୁପ୍ରିମକୋର୍ଟରେ ହେବାକୁ ଥିବା ଶୁଣାଣିରେ ମଧ୍ୟ କେଜ୍ରିୱାଲଙ୍କୁ ନିରାଶ ହେବାକୁ ପଡିଛି । ମାମଲାର ଶୁଣାଣି ଏପ୍ରିଲ ୨୯ ରେ ହେବ ବୋଲି କୋର୍ଟ କହିଛନ୍ତି ।
ଏହାପରେ ରାଉଜ ଆଭିନ୍ୟୁ କୋର୍ଟ ତାଙ୍କ ନ୍ୟାୟିକ ହେପାଜତର ଅବଧିକୁ ଏପ୍ରିଲ ୨୩ ଯାଏ ବୃଦ୍ଧି କରିଛନ୍ତି ।
ମଦ ଦୁର୍ନୀତି ମାମଲାରେ କେଜ୍ରିୱାଲ୍ ମାର୍ଚ୍ଚ ୨୧ ତାରିଖରେ ଗିରଫ ହେବାପରେ ଏହାକୁ ଚ୍ୟାଲେଞ୍ଜ କରି ହାଇକୋର୍ଟରେ ଏକ ଆବେଦନ କରିଥିଲେ । ହେଲେ ଏପ୍ରିଲ ୯ ତାରିଖରେ ହାଇକୋର୍ଟରୁ ନିରାଶ ହେବା ପରେ ସେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ଯାହାର ଶୁଣାଣି ଆଜି ଥିଲା । ହେଲେ ସୁପ୍ରିମକୋର୍ଟ ଏପ୍ରିଲ ୨୯ ଯାଏଁ ଶୁଣାଣିକୁ ଘୁଞ୍ଚାଇ ଦେଇଛନ୍ତି । ଆଉ ଜେଲରେ କେଜ୍ରିଓ୍ବାଲଙ୍କ ରହଣୀ ଅବଧିକୁ ଏପ୍ରିଲ ୨୩ ଯାଏଁ ବୃଦ୍ଧି କରିଛନ୍ତି ।
ସୁପ୍ରିମକୋର୍ଟରେ କେଜ୍ରିୱାଲଙ୍କ ନିକଟରେ ହାଜର ହୋଇଥିବା ବରିଷ୍ଠ ଓକିଲ ଅଭିଷେକ ମନୁ ସିଂଭି ଦାବି କରିଛନ୍ତି ଯେ, ଲୋକସଭା ନିର୍ବାଚନରେ ପ୍ରଚାର ନକରିବା ପାଇଁ କେଜ୍ରିୱାଲଙ୍କୁ ଗିରଫ କରାଯାଇଛି ।
Comments are closed.