Latest Odisha News

BREAKING NEWS

ରୋହିତଙ୍କ ଆଙ୍ଗ୍ରୀ ଅବତାର

ଅହମ୍ମଦାବାଦ: ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆ କ୍ରିକେଟ ମ୍ୟାଚରେ ଭାରତ ବିଜୟ ହାସଲ କରିବା ସହ ୩ମ୍ୟାଚ ବିଶିଷ୍ଟ ସିରିଜରେ ୨-୦ର ଅଗ୍ରଣୀ ହାସଲ କରିନେଇଛି । ତେବେ ଏହି ମ୍ୟାଚରେ ଅଧିନାୟକ ରୋହିତ ଶର୍ମାଙ୍କ ଆଙ୍ଗ୍ରୀ ଅବତାର ଦେଖିବାକୁ ମିଳିଛି । ୱେଷ୍ଟଇଣ୍ଡିଜର ବ୍ୟାଟିଂ ସମୟରେ ୪୫ତମ ଓଭରରେ ୟୁଜଭେନ୍ଦ୍ର ଚହଲଙ୍କ ଉପରେ ରୋହିତ ହଠାତ ରାଗି ଯାଇଥିଲେ ।

ସେ ଚିତ୍କାର କରି ଚହଲଙ୍କୁ କହିଥିଲେ କ୍ୟା ହୁଆ ତେରେ କୋ ? ଭାଗ କ୍ୟୁଁ ନେହି ରହା ଠିକ ସେ ? ଚଲ ଉଧର ଭାଗ । ରୋହିତଙ୍କ ଏହି କଥା ଷ୍ଟମ୍ପ ମାଇକରେ ପ୍ରଶଂସକମାନେ ଶୁଣିବାକୁ ପାଇଥିଲେ । ଚହଲ ଫିଲ୍ଡିଂ ପୋଜିଶନକୁ ଧିରେ ଧିରେ ଯାଉଥିବାରୁ ରୋହିତ ରାଗି ଯାଇଥିଲେ ।

Comments are closed, but trackbacks and pingbacks are open.