Latest Odisha News

BREAKING NEWS

ପୁଣି ଖଟିଆରେ ବୁହା ହେଲେ ଗର୍ଭବତୀ

ରାୟଗଡା : ପୁଣି ଦୟନୀୟ ଚିତ୍ର । ଖଟିଆରେ ୩ କି.ମି ବୁହା ହୋଇ ଗଲେ ଗର୍ଭବତୀ । ରାୟଗଡା ଜିଲା କାଶୀପୁର ବ୍ଲକରେ ଏହିଁ ଘଟଣା ଦେଖିବାକୁ ମିଳିଛି। ବାରମ୍ବାର ଖବରକାଗଜ ଗଣମାଧ୍ୟମରେ ଖବର ପ୍ରକାଶ ହେବା ପରେ ମଧ୍ୟ ପ୍ରଶାସନ ନିରବ ରହୁଛି । କାଶୀପୁର ବ୍ଲକ ଡଙ୍ଗାସିଲ ପଞ୍ଚାୟତ ଅନ୍ତର୍ଗତ ଦଢାଫାସ ଗ୍ରାମର ଚିତ୍ର । ଗାଁକୁ ନାହିଁ ରାସ୍ତା । ବହୁ ସମସ୍ୟାରେ ଲୋକେ ଯିବା ଆସିବ କରନ୍ତି । ତେବେ ଏହି ଦଢାଫାସ ଗ୍ରାମର ଜଣେ ଗର୍ଭବତୀ ଯନ୍ତ୍ରଣାରେ ଛଟପଟ ହେଉଥିଲେ ।

ଦଢାଫାସ ଗ୍ରାମରୁ ସ୍ୱାସ୍ଥ୍ୟ କେନ୍ଦ୍ରକୁ ସ୍ଥାନାନ୍ତର ନିମନ୍ତେ ୧୦୮ ଆମ୍ବୁଲାନ୍ସକୁ ଯୋଗାଯାଗ କରିଥିଲେ । ଆମ୍ବୁଲାନ୍ସ କାଶୀପୁର ଠାରୁ ଆସିଥିଲା ହେଲେ ଏହି ରାସ୍ତା ନଥିବାରୁ ଗାଁରୁ ପ୍ରାୟ ୩ କିମି ଦୁରରେ କସମଘାଟି ଠାରେ ଆମ୍ବୁଲାନସ ଅଟକି ରହିଥିଲା । ଫଳରେ ମହିଳାଙ୍କୁ ଖଟିଆ ଯୋଗେ ଆମ୍ବୁଲାନ୍ସ ଚାଳକ ପରୀକ୍ଷିତଙ୍କ ସହ ଆଶା ଦିଦି ଏବଂ ପରିବାର ଲୋକଙ୍କ ସହାୟତାରେ ଖଟିଆରେ ବୁହା ହୋଇ ଅଣାଯାଇଥିଲା । ଏହାପରେ ତାଙ୍କୁ ଡଙ୍ଗାସିଲ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ଡଙ୍ଗାସିଲ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରରୁ ଗର୍ଭବତି ମହିଳାଙ୍କୁ ରାୟଗଡା ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡିଛି ।

Leave A Reply

Your email address will not be published.