ମୟୁରଭଞ୍ଜ : ଆସନ୍ତା କାଲି ଜଗତର ନାଥ ଶ୍ରୀଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ଘୋଷ ଯାତ୍ରା । ମହାମାରୀ କରୋନା ପାଇଁ କେବଳ ଶ୍ରୀକ୍ଷେତ୍ର ପୁରୀରେ ବିନା ଭକ୍ତରେ ରଥଯାତ୍ରା ଅନୁଷ୍ଠିତ ହେଉଥିବା ବେଳେ ଅନ୍ୟ ସବୁଠି ରଥଯାତ୍ରା ବନ୍ଦ କରାଯାଉଛି । ଏମିତିକି ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦାରେ ମଧ୍ୟ ଦୁଇ ବର୍ଷ ଧରି ରଥଯାତ୍ରା ବନ୍ଦ ରହିଛି। ଯାହା ଫଳରେ ଭକ୍ତ ଏବଂ ଭଗବାନଙ୍କର ଏହି ମହା ମିଳନର ଉତ୍ସବ ଆଜି ଫିକ୍କା ପଡିଛି ।
ଭକ୍ତ ଓ ଭଗବାନଙ୍କୁ ଏକ କରିବା ତଥା ଓଡ଼ିଆ ସଂସ୍କୃତି ଓ ପରମ୍ପରାକୁ ବଜାୟ ରଖିବା ପାଇଁ ଏକ ନିଆରା ପ୍ରୟାସ । ମୟୁରଭଞ୍ଜ ଜିଲ୍ଲା ବେତନଟୀ ବ୍ଲକ୍ ଆଗଡ଼ା ଗ୍ରାମର ଯୁବ ଚିତ୍ରଶିଳ୍ପୀ ସମରେନ୍ଦ୍ର ବେହେରା ଏକ ନିଆରା ପ୍ରୟାସ ଆରମ୍ଭ ଆରମ୍ଭ କରିଛନ୍ତି । ଗାଁ ମୁଣ୍ଡରେ ଥିବା ଏକ ବରଗଛରେ ରଙ୍ଗ ତୁଳିରେ ରଥ ସହିତ ଶ୍ରୀ ଜଗନ୍ନାଥ, ବଳଭଦ୍ର ଓ ଦେବି ସୁଭଦ୍ରାଙ୍କ ପ୍ରତିଛବି ଆଙ୍କିଛନ୍ତି । ଅଞ୍ଚଳ ବାସିଙ୍କୁ ରଥଯାତ୍ରାର ସେହି ପବିତ୍ର ଓ ସ୍ମରଣୀୟ ଉତ୍ସବକୁ ମନେ ପକାଇ ଦେଇଛନ୍ତି । ସମରେନ୍ଦ୍ରଙ୍କର ଏହି ଛୋଟିଆ ପ୍ରୟାସକୁ ଅଞ୍ଚଳବାସୀ ବେସ୍ ପସନ୍ଦ କରିଛନ୍ତି ।
BREAKING NEWS
- J&K Encounter: ପହଲଗାମ୍ ମାଷ୍ଟରମାଇଣ୍ଡ ହାଶିମ ମୂସା ନିପାତ
- ମଝି ଆକାଶରେ ପାଇଲଟକୁ ଛୁରାମାଡ଼, ଅଳ୍ପକେ ବର୍ତ୍ତିଲେ ୧୮୦ ଯାତ୍ରୀ
- ଭାରତକୁ ‘ଉଚ୍ଚଜାତି ହିନ୍ଦୁ ରାଷ୍ଟ୍ର’ କରିବା ପାଇଁ ଚାହୁଁଛି SIR: ନିର୍ମଳା ସୀତାରମଣଙ୍କ ସ୍ୱାମୀ ପରକଲା ପ୍ରଭାକର
- Modi Cabinet: ମୋଦୀ କ୍ୟାବିନେଟ୍ର ବଡ଼ ନିଷ୍ପତ୍ତି; ୬ ରବି ଫସଲର MSP ବଢ଼ିଲା, ଗ୍ରୀନ୍ ଏନର୍ଜି କରିଡରକୁ ମଞ୍ଜୁରୀ
- Koffee With Karan: ସିଜିନ୍-୯ ପରେ ଶୋ’ ଶେଷ, ଭାବବିହ୍ୱଳ ଭିଡିଓ ପୋଷ୍ଟ
- Chambal to UPSC: ଜେଜେ ଚମ୍ବଲର ଡକାୟତ! ନାତି ବାଛିଲେ ଅଲଗା ରାସ୍ତା; UPSCରେ ସଫଳ ହୋଇ ଏବେ ସିଭିଲ ସର୍ଭିସରେ
- ‘Save Democracy’: ବଡ ଘୋଷଣା କଲା ଇଣ୍ଡି ମେଣ୍ଟ, ଜିଲ୍ଲା ଜିଲ୍ଲାରେ ‘ଲୋକତନ୍ତ୍ର ବଞ୍ଜାଅ’ ଆନ୍ଦୋଳନ, ୬ରେ EC ଅଫିସ୍ ଘେରିବେ ବିରୋଧୀ ସାଂସଦ
- ଦିଲ୍ଲୀ ଦଙ୍ଗା ସମ୍ବନ୍ଧୀୟ UAPA ମାମଲା, ଉମର ଓ ସର୍ଜିଲଙ୍କୁ ମିଳିଲାନି ବେଲ୍
- ACF ସୌମ୍ୟ ରଞ୍ଜନ ମୃତ୍ୟୁ ମାମଲା; ରୋଷେୟାକୁ ଗିରଫ କଲା ପୋଲିସ
- Fly Dubai Hijack Scare: ଜରୁରୀ ଅବତରଣ, ସେନାର ତଦନ୍ତ

Comments are closed.