Latest Odisha News

ସୁଶାନ୍ତଙ୍କ ଅନ୍ତିମ ସଂସ୍କାର ବେଳେ ପିଠାନୀ ଦୁଃଖୀ ନଥିଲେ ବୋଲି କହିଲେ ଭାଇ

ମୁମ୍ବାଇ: ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲାରେ ସିବିଆଇ ତାଙ୍କ ସାଙ୍ଗ ସିଦ୍ଧାର୍ଥ ପିଠାନୀ ଓ ଅନ୍ୟ ମାନଙ୍କୁ ଜେରା କରୁଥିବା ବେଳେ ତାଙ୍କ ସମ୍ପର୍କୀୟ ଭାଇ ତଥା ବିଜେପି ବିଧାୟକ ନିରଜ କୁମାର ସିଂହ ବବଲୁ ଏକ ଚାଞ୍ଚଲ୍ୟକର ବୟାନ ଦେଇଛନ୍ତି ।

ବବଲୁଙ୍କ କହିବାନୁଯାୟୀ ସୁଶାନ୍ତଙ୍କ ଅନ୍ତିମ ସଂସ୍କାର ସମୟରେ ତାଙ୍କ ସାଙ୍ଗ ତଥା ଫ୍ଲାଟମେଟ୍ ସିଦ୍ଧାର୍ଥଙ୍କ ମୁହଁରେ କୌଣସି ପ୍ରକାରର ଦୁଃଖଭାବ ନଥିଲା । ଯାହା ମୋତେ ଅଜୀବ ଲାଗିଥିଲା ।

ମିଡିଆ ରିପୋର୍ଟ ଅନୁଯାୟୀ, ସୁଶାନ୍ତଙ୍କ ମୃତ୍ୟୁ ମାମଲାରେ ସିବିଆଇ ଠିକ୍ ରାସ୍ତାରେ ଯାଉଛି । ଆମେ ଆଶା କରୁଛୁ ଦୋଷୀ ମାନେ ଧରା ପଡିବେ ବୋଲି ବବଲୁ କହିଛନ୍ତି ।

ଗତକାଲି ସିବିଆଇ ଓ ଫରେନସିକ୍ ଟିମ୍ ସୁଶାନ୍ତଙ୍କ ବାନ୍ଦ୍ରା ଘରେ ପହଞ୍ଚି ଘଟଣା ଦିନ ହୋଇଥିବା ସମସ୍ତ ଘଟଣାବଳୀର ରିକ୍ରିଏସନ୍ କରିଥିଲା । ଯାହା ପରେ ସିଦ୍ଧାର୍ଥ ପଠାନୀ ଓ ରୋଷେୟା ନୀରଜ ସିଂହଙ୍କୁ ସିବିଆଇ ପକ୍ଷରୁ ଜେରା କରାଯାଇଥିଲା ।

ସୂଚନାଯୋଗ୍ୟ, ବଲିଉଡର ଚର୍ଚ୍ଚିତ ତଥା ସଫଳ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କର ଗତ ଜୁନ୍ ୧୪ ତାରିଖରେ ମୁମ୍ବାଇର ବାନ୍ଦ୍ରାସ୍ଥିତ ବାସଭବନରେ ମୃତ୍ୟୁ ହୋଇଥିଲା ।

 

Leave A Reply

Your email address will not be published.