Latest Odisha News

ବିଧାନସଭା ପରିସରରୁ ୬ ଫୁଟ ଲମ୍ବର ସାପ ଉଦ୍ଧାର

ଭୁବନେଶ୍ୱର: ବିଧାନସଭା ପରିସରରୁ ବିଶାଳ ସାପ ଉଦ୍ଧାର । ଗେଟ୍ ନମ୍ବର-୧ ନିକଟରେ ଥିବା ଲିଲି ଫୁଲ ପାଖରୁ ଏକ ୬ ଫୁଟ ଲମ୍ବାର ଢ଼ମଣା ସାପ ଉଦ୍ଧାର ହେଶଇଛି ।

ସାପଟିକୁ ଜଣେ ସୁରକ୍ଷା କର୍ମୀ ଦେଖିଲେ । ସେ ତାଙ୍କର ସହକର୍ମୀଙ୍କୁ ଡାକି ସାପକୁ ଘଉଡେଇବା ପାଇଁ ଚେଷ୍ଟା କରିବା ବେଳେ ସାପଟି ଲିଲି ଫୁଲ ପାଖରେ ଥିବା ପାହାଚ ଫାଙ୍କରେ ପଶି ରହି ଯାଇଥିଲା । ଏହାପରେ ସ୍ନେକ ହେଲ୍ପ ଲାଇନର ସମ୍ପାଦକ ଶୁଭେନ୍ଦୁ ମଲ୍ଲିକ ଘଟଣା ସ୍ଥଳରେ ପହଞ୍ଚି ସାପଟିକୁ ଉଦ୍ଧାର କରିଥିଲେ । ସାପ ଟିକୁ ସହର ବାହାରେ ତାର ପ୍ରାକୃତିକ ଆବାସ ସ୍ଥଳିରେ ଛାଡି ଦିଆଯାଇଛି ।

Leave A Reply

Your email address will not be published.