Latest Odisha News

BREAKING NEWS

ମାସ୍କ ପିନ୍ଧିବା ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ନୂଆ ନିର୍ଦ୍ଦେଶାବଳୀ ଜାରି

ନୂଆଦିଲ୍ଲୀ: ଦେଶରେ ମାଡି ଚାଲିଛି କରୋନା । ଦିନକୁ ଦିନ ଉଗ୍ର ରୂପ ଧାରଣ କରୁଛି । ଏହାକୁ ନଜରରେ ରଖି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମାସ୍କ ପିନ୍ଧିବା ଉପରେ ନୂଆ ନିର୍ଦ୍ଦେଶାବଳୀ ଜାରି କରିଛି । ୧ ବର୍ଷରୁ ୫ ବର୍ଷ ଭିତରେ ଥିବା ଛୋଟ ପିଲାମାନେ ମାସ୍କ ପିନ୍ଧିବା ଆବଶ୍ୟକ ନାହିଁ ବୋଲି ‘ହୁ’ କହିଛି । ଛୋଟ ଛୁଆର ନିଶ୍ୱାସ ପ୍ରଶ୍ୱାସ ନେବା କ୍ଷମତା ଉପରେ ନଜର ରଖି ଏଭଳି ନିଷ୍ପତ୍ତି ନେଇଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ।

ଏଥିସହ ‘ହୁ’ ୬ରୁ ୧୧ ବର୍ଷ ମଧ୍ୟରେ ଥିବା ପିଲାଙ୍କ ପାଇଁ ଭିନ୍ନ ନିୟମ ଜାରି କରିଛି । ଯେଉଁଠି କରୋନା ସଂକ୍ରମଣ ଅଧିକ ରହିଛି ସେଠି ୬ରୁ ୧୧ ବର୍ଷର ପିଲା ମାସ୍କ ପିନ୍ଧିବା ଆବଶ୍ୟକ । ସେହିପରି ୧୨ରୁ ଅଧିକ ପିଲା ଏବଂ ବୟସ୍କ ବ୍ୟକ୍ତିଙ୍କ ପାଇଁ ମାସ୍କ ବାଧ୍ୟତାମୂଳକ ବୋଲି ବଶ୍ୱ ସ୍ୱାସ୍ଥ୍ୟ ସଂଗଠନ କହିଛି ।

Leave A Reply

Your email address will not be published.