Latest Odisha News

୨୭ ଜିଲ୍ଲାରେ ନାହିଁ ବାଲି ଚୋରା ମାମଲା: ଖଣି ମନ୍ତ୍ରୀ

ଭୁବନେଶ୍ୱର: ବାଲି ଚୋରା ଚାଲାଣ ମାମଲାରେ ବଡ ସୂଚନା ଦେଲେ ଇସ୍ପାତ ଓ ଖଣି ମନ୍ତ୍ରୀ ବିଭୂତି ଭୂଷଣ ଜେନା । କେବଳ ମୟୂରଭଞ୍ଜ, କେନ୍ଦୁଝର ଓ ପୁରୀ ଜିଲ୍ଲାକୁ ବାଦ୍‌ ଦେଲେ ଆନ୍ତଃରାଜ୍ୟ ବାଲି ଚୋରି ସଂକ୍ରାନ୍ତୀୟ କୌଣସି ମାମଲା ଗତ ୩ ବର୍ଷରେ ବାକି ୨୭ ଜିଲ୍ଲାରେ ରୁଜୁ ହୋଇନାହିଁ ।

ତେବେ ରାଜଧାନୀ ଉପକଣ୍ଠ ସମେତ କଟକ, ବ୍ରହ୍ମପୁର, ଗଞ୍ଜାମ, କୋରାପୁଟ, ବାଲେଶ୍ୱର ଆଦି ଜିଲ୍ଲାରେ ବାଲି ଚୋରି ପ୍ରବଳ ମାତ୍ରାରେ ଚାଲିଛି । କେଉଁଠି ବାଲି ମାଫିଆ ସରକାରୀ ଅଧିକାରୀଙ୍କ ସହ ସଲାସୁତୁରା କରି ବେଧଡକ ବେପାର ଚଳାଉଛନ୍ତି ତ ଆଉ କେଉଁଠି ଅଫିସରଙ୍କୁ ଆକ୍ରମଣର ସମ୍ମୁଖୀନ ହେବାକୁ ପଡୁଛି । ହେଲେ କାଗଜପତ୍ରରେ ଏସବୁ ଦେଖିବାକୁ ମିଳୁନାହିଁ ବୋଲି ସଦସ୍ୟ ଅରବିନ୍ଦ ମହାପାତ୍ରଙ୍କ ପ୍ରଶ୍ନର ଉତ୍ତରରେ ଇସ୍ପାତ ଓ ଖଣି ମନ୍ତ୍ରୀ କହିଛନ୍ତି ।

ମନ୍ତ୍ରୀ ତଥ୍ୟ ଦେଇ ଆହୁରି କହିଛନ୍ତି ଯେ, ଗତ ୩ବର୍ଷ ମଧ୍ୟରେ କେବଳ ମୟୂରଭଞ୍ଜରେ ବାଲି ଚୋରି ସଂକ୍ରାନ୍ତରେ ଥାନାରେ ଏକାଧିକ ମାମଲା ରୁଜୁ ହୋଇଛି । କେନ୍ଦୁଝରରେ ଗତବର୍ଷ ୫ଟି ଏବଂ ପୁରୀରେ ଗୋଟିଏ ମାମଲା ରୁଜୁ ହୋଇଛି ।

ଏହି ତିନି ଜିଲ୍ଲାକୁ ବାଦ୍ ଦେଲେ ଏହି ତିନିବର୍ଷ ମଧ୍ୟରେ ଅନୁଗୋଳରେ ୩୪ଟି ଗାଡ଼ି ଜବତ ହୋଇଥିବାବେଳେ ବୌଦ୍ଧରେ ୧୪, ଦେବଗଡ଼ ଗୋଟିଏ, ଝାରସୁଗୁଡ଼ା ୩୯, କନ୍ଧମାଳ ୧୭, କେନ୍ଦୁଝର ୧୯୧, ନୟାଗଡ଼ ୫, ପୁରୀ ୫୮, ସମ୍ବଲପୁର ୨୬, ସୁବର୍ଣ୍ଣପୁର ୨ ଏବଂ ସୁନ୍ଦରଗଡ଼ରେ ୫୭ଟି ଗାଡ଼ି ଜବତ ହୋଇଛି ହେଲେ ।

Comments are closed.